ଭୁବନେଶ୍ବର: ‘ଭାଲେଣ୍ଟାଇନ ଡେ’ ପାଇଁ କଳିଙ୍ଗ ସେନାର କଡା ଆଭିମୁଖ୍ୟ। ପାଶ୍ଚାତ୍ୟ ସଂସ୍କୃତିର ପରମ୍ପରାକୁ ବିରୋଧ କରି ଓ ପାର୍କ ଓ ମଲ୍ରେ ପ୍ରେମୀ ଯୁଗଳଙ୍କ ବୁଲାବୁଲିକୁ ବିରୋଧ କରିବ କଳିଙ୍ଗ ସେନା। ଏନେଇ ପାର୍କ ଓ ମଲ ଓ ସିନେମା ହଲ ସାମ୍ନାରେ ଜଗିବେ। ଏଥିସହ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।
ପ୍ରେମ ଦିବସ ପ୍ରସ୍ତୁତି; ପାର୍କ ଓ ମଲ୍ ଜଗିବ କଳିଙ୍ଗ ସେନା
ସାବଧାନ ପ୍ରେମୀ ଯୁଗଳ! ‘ଭାଲେନଣ୍ଚାଇନ ଡେ’ ରେ ପାର୍କ ଓ ମଲ ଯିବାକୁ ପ୍ଲାନ୍ ରଖିଛନ୍ତି କି? ମଲ୍ ଓ ପାର୍କ ସାମ୍ନାରେ ଜଗି ରହିଛନ୍ତି କଳିଙ୍ଗ ସେନା। କପଲ ଦେଖିବା ମାତ୍ରେ ଗୋଡେଇ ଗୋଡେଇ ମାରିବା ସହ ଆପଣ ଗିରଫ ହେବାଟା ଥୟ। ଅଧିକ ଖବର ପଢନ୍ତୁ...
ପ୍ରେମ ଦିବସ ପ୍ରସ୍ତୁତି; ପାର୍କ ଓ ମଲ ଜଗିବେ କଳିଙ୍ଗ ସେନା
ଅସଞ୍ଜତ ଅବସ୍ଥାରେ ସର୍ବସାଧାରଣରେ ବୁଲିଲେ ବା ବସିଲେ ୨୯୩ ଓ ୨୯୪ ଆପିସିରେ ଉକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କରିବାକୁ କମିସନରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ପାର୍କକୁ ‘ଭାଲେଣ୍ଟାଇନ ଡେ’ ଦିନ ବନ୍ଦ ରଖିବାକୁ ଅନୁରୋଧ ଜଣାଇଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ