ଭୁବନେଶ୍ବର: କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବିଶିଷ୍ଟ ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ କରାଯାଇଛି । ୟୁନେସ୍କୋ କଳିଙ୍ଗ ପୁରସ୍କାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ବିଜ୍ଞାନକୁ ଲୋକପ୍ରିୟ କରାଇଥିବାରୁ ଏରିକ ଜେକ୍ୟୁମିନଙ୍କୁ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଛି । ଏରିକ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ୧୯୫୧ ମସିହାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ ।