ଓଡିଶା

odisha

ETV Bharat / city

‘କାଳିଆ’ ହେଉଛି ଗୋଳିଆ ଯୋଜନା: ଜୟନାରାୟଣ - pm

ସଂସଦରେ ଓଡ଼ିଆ ସାଂସଦଙ୍କ ପ୍ରସ୍ତାବ । କାଳିଆ ଯୋଜନା ସହିତ ପିଏମ କିଷାନ ଯୋଜନା ମିଶାଇ ଦିଅ । ତେବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏଭଳି ପ୍ରସ୍ତାବ ସମସ୍ତଙ୍କୁ ଚକିତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Jul 13, 2019, 12:03 AM IST

ଭୁବନେଶ୍ବର: ସଂସଦରେ ଓଡ଼ିଆ ସାଂସଦଙ୍କ ପ୍ରସ୍ତାବ । କାଳିଆ ଯୋଜନା ସହିତ ପିଏମ କିଷାନ ଯୋଜନା ମିଶାଇ ଦିଅ । ତେବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏଭଳି ପ୍ରସ୍ତାନ ସମସ୍ତଙ୍କୁ ଚକିତ କରିଛି । କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଓଡିଶା ଭଳି ରାଜ୍ୟ ସହିତ ସମନ୍ୱୟ ରଖି ପିଏମ କିଷାନକୁ ସଫଳ କରାନ୍ତୁ ବୋଲି ସେ ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏହାଦ୍ୱାରା ଆର୍ଥିକ ବୋଝ କମିବ । ତେବେ ଉଭୟ ଯୋଜନାକୁ ତୁଳନା କରି ସେ କାଳିଆ ଯୋଜନାର ବେଶ ପ୍ରଶଂସା କରିଛନ୍ତି । ଖବର ଅନୁଯାୟୀ, ଋଣ ବୋଝ ଯୋଗୁଁ ପ୍ରତିବର୍ଷ ଦେଶରେ 15ରୁ 20 ହଜାର ଚାଷୀ ଜୀବନ ହାରୁଛନ୍ତି । ତେଣୁ ଆର୍ଥିକ ସହାୟତା ସାଙ୍ଗକୁ ଜିରୋ ପ୍ରତିଶତରେ ଋଣ ପ୍ରଦାନ ଦ୍ୱାରା ଚାଷୀ ସ୍ୱବଲମ୍ବୀ ହୋଇ ପାରୁଛନ୍ତି ବୋଲି ସେ କହିଛନ୍ତି ।

ଏହାକୁ ନେଇ ବିରୋଧ ବିଜେପି କହିଛି, ଉଭୟ ଯୋଜନା କାର୍ଯ୍ୟକାରୀ ହେଉ । ଚାଷୀ ଦୁଇଟି ଯୋଜନାରୁ ଲାଭ ଉଠାନ୍ତୁ । କାହିଁକି ମିଶ୍ରଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଦଳର ବିଧାୟକ ଜୟନାରାୟଣ ମିଶ୍ର ।

ସେହିଭଳି କଂଗ୍ରେସ ବିଧାୟକ ତାର ବାହିନୀପତି କହିଛନ୍ତି, କାଳିଆ ହେଉଛି ଗୋଳିଆ ଯୋଜନା । ନିର୍ବାଚନ ବେଳେ ଭୋଟ ହାତେଇବାକୁ ଆରମ୍ଭ କଲେ ଏବେ ଆଉ ପାଣ୍ଠି ନଥିବାରୁ କହିଲେ କି ଆର୍ଥିକ ବୋଝ ପଡୁଛି । ଯାହାକୁ ନେଇ ସେ ସମାଲୋଚନା କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details