ଓଡିଶା

odisha

ETV Bharat / city

କାଳିଆ ପାଇଁ ମୁହାଁମୁହିଁ, ବିରୋଧୀ କହିଲେ ଶ୍ଵେତପତ୍ର ଦିଅ - kalia yojana politics

ରାଜ୍ୟ ସରକାର କାଳିଆ ଯୋଜନାରେ ଦ୍ବିତୀୟ କିସ୍ତି ଦେବାକୁ ଯାଉଥିବାବେଳେ, ଏ କ୍ଷେତ୍ରରେ ରାଜ୍ୟ ବିଜେପି ସରକାରକୁ ପଚାରିଛି ୩ଟି ପ୍ରଶ୍ନ ଓ ସରକାରଙ୍କ ପାଖରେ ରଖିଛି ଗୋଟିଏ ଦାବି । ଅଧିକ ପଢନ୍ତୁ...

କାଳିଆ ପାଇଁ ମୁହାଁମୁହିଁ, ବିରୋଧୀ କହିଲେ ଶ୍ଵେତପତ୍ର ଦିଅ

By

Published : Oct 30, 2019, 9:56 PM IST

ଭୁବନେଶ୍ବର: କାଳିଆ ଟଙ୍କାକୁ ନେଇ ତେଜୁଛି ରାଜନୀତି। ରାଜ୍ୟ ସରକାର କାଳିଆ ଯୋଜନାର ଦ୍ବିତୀୟ କିସ୍ତି ଦେବାକୁ ଯାଉଥିବା ବେଳେ ଏପଟେ ସରକାରଙ୍କୁ ଶ୍ବେତପତ୍ର ଦେବାକୁ ଦାବି ଉଠାଇଛି ବିଜେପି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କାଳିଆ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ 3ଟି ପ୍ରଶ୍ନ ପଚାରିଛନ୍ତି।

ରାଜ୍ୟରେ ସମସ୍ତ କ୍ଷୁଦ୍ରଚାଷୀ, ନାମମାତ୍ର ଓ ଭାଗଚାଷୀ, କୃଷି ଶ୍ରମିକକୁ ମିଶାଇ ମୋଟ ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ଘୋଷଣା କରିଥିଲେ। କୁଆଡେ ଗଲା ସେ ପ୍ରତିଶ୍ରୃତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

ଏବେ ସୁଦ୍ଧା ମାତ୍ର ୫୧ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ଦିଆଯାଇଛି ବୋଲି ସରକାର କହୁଛନ୍ତି । ବାକି ୨୪ ଲକ୍ଷ ଚାଷୀଙ୍କୁ କେବେ ସରକାର କାଳିଆ ଯୋଜାନରେ ସାମିଲ କରିବେ ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖନ୍ତୁ। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବଞ୍ଚିଯିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି। ଏବେ ମୁଖ୍ୟମନ୍ତ୍ରୀ କୁହନ୍ତୁ କାଳିଆ ଯୋଜନାରୁ ବଞ୍ଚିତ ସେହି ୨୪ ଲକ୍ଷ ଚାଷୀ କେବେ କାଳିଆ ଯୋଜନାରେ ସାମିଲ ହେବେ ବୋଲି ସେ ପ୍ରଶ୍ନ ପଚାରିଛନ୍ତି।


ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବାରମ୍ବାର ଚାଷୀଙ୍କ ତାଲିକା ମାଗୁଥିବା ବେଳେ ରାଜ୍ୟ ସରକାର କାହିଁକି ତାଲିକା ନଦେଇ ଓଡିଶାର ଚାଷୀଙ୍କୁ ସେମାନଙ୍କର ଅଧିକାରରୁ କାହିଁକି ବଞ୍ଚିତ କରୁଛନ୍ତି ? କେନ୍ଦ୍ର ସରକାର ଓଡିଶାର ୪୫ ଲକ୍ଷ ଚାଷୀଙ୍କୁ କିଷାନ ଯୋଜନାରେ ଅର୍ଥ ଦେବା ପାଇଁ ଚାହୁଁଥିବାବେଳେ ରାଜ୍ୟ ସରକାର ମାତ୍ର ୨୨ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ଏବେ କେନ୍ଦ୍ର ସରକାର ସମସ୍ତ ଚାଷୀଙ୍କୁ କିଷାନରେ ଯାଜନାରେ ସାମିଲ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି।

କାଳିଆ ପାଇଁ ମୁହାଁମୁହିଁ, ବିରୋଧୀ କହିଲେ ଶ୍ଵେତପତ୍ର ଦିଅ

ରାଜ୍ୟ ସରକାର ତୁରନ୍ତ ରାଜ୍ୟର ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦିଅନ୍ତୁ ଯାହା ଫଳରେ କେନ୍ଦ୍ରୀୟ ଯୋଜନାର ଓଡିଆ ଚାଷୀ ପାଇପାରିବେ । କାଳିଆ ଯୋଜନାରେ ଅନେକ ବାସ୍ତବ ଚାଷୀଙ୍କୁ ପଇସା ମିଳିନି । ମୋବାଇଲକୁ ମେସେଜ ଆସୁଛି ହେଲେ ବ୍ୟାଙ୍କକୁ ପଇସା ଆସୁନି ଏପ୍ରକାର ଅଭିଯୋଗ ଅଛି । ବାସ୍ତବରେ କେତେ ଚାଷୀଙ୍କୁ କାଳିଆ ଯୋଜନାରେ ପଇସା ମିଳିସାରିଛି ଆଉ କେତେ ଚାଷୀଙ୍କୁ ପଇସା ମିଳିବ ତାହା ଆଜି ଯାଏଁ ବି ସରକାର ଠିକ ଭାବେ କହିପାରୁନାହାନ୍ତି ବୋଲି ବିଜେପି ଉପସଭାପତି କହିଛନ୍ତି।


ରାଜ୍ୟ ସରକାର କାଳିଆ ଯୋଜନାରେ ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ଯେ କାଳିଆ ଯୋଜନାରେ ସମୁଦାୟ କେତେ ଚାଷୀ ଆବେଦନ କରିଥିଲେ। ସରକାର କେତେ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ଦେଲେ ଆଉ କେତେ ଚାଷୀଙ୍କୁ ଆଗାମୀ ଦିନରେ ଦେବେ? ବାସ୍ତବରେ କେତେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଯାଇଛି? ଏହାର ଏକ ଲେଖା ଯୋଖା ହିସାବ ରାଜ୍ୟ ସରକାର ଏକ ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି କରିଛି ରାଜ୍ୟ ବିଜେପି। ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହା ବିଜେପିର ଅସହିଷ୍ଣୁତା।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details