ଓଡିଶା

odisha

ETV Bharat / city

ଇଣ୍ଡିଆ ଗେଟରେ ପ୍ରଦର୍ଶିତ ହେବ ୭୫୦ ମିଟର ଲମ୍ବର ବିଶାଳ କଳାକୃତି, କିଟ୍-କିସ୍‌ରେ ଚାଲିଛି କଳାକୁମ୍ଭ - କିଟ୍-କିସ୍ କଲେଜରେ କଳାକୁମ୍ଭ

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ (Union Ministry of Culture ) ଓ ଏନ୍‍ଜିଏମ୍‍ଏ ଆନୁକୂଲ୍ୟରେ ଭୁବନେଶ୍ବର କିଟ୍-କିସ୍ କଲେଜ(KIIT-KISS College )ରେ ଆରମ୍ଭ ହୋଇଯାଇଛି କଳାକୁମ୍ଭ (Kalakumbha )। ଅଧିକ ପଢନ୍ତୁ

ଇଣ୍ଡିଆ ଗେଟରେ ପଦର୍ଶିତ ହେବ ୭୫୦ ମିଟର ଲମ୍ବର ବିଶାଳ କଳାକୃତି ,  କିଟ୍-କିସ୍ ରେ ଚାଲିଛି କଳାକୁମ୍ଭ
ଇଣ୍ଡିଆ ଗେଟରେ ପଦର୍ଶିତ ହେବ ୭୫୦ ମିଟର ଲମ୍ବର ବିଶାଳ କଳାକୃତି , କିଟ୍-କିସ୍ ରେ ଚାଲିଛି କଳାକୁମ୍ଭ

By

Published : Dec 16, 2021, 3:53 PM IST

ଭୁବନେଶ୍ବର:'ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଭୁବନେଶ୍ବର କିଟ୍-କିସ୍ କଲେଜ(KIIT-KISS College )ରେ ଆରମ୍ଭ ହୋଇଯାଇଛି କଳାକୁମ୍ଭ (Kalakumbha )। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ (Union Ministry of Culture ) ଓ ଏନ୍‍ଜିଏମ୍‍ଏ ଆନୁକୂଲ୍ୟରେ କଳାକୁମ୍ଭ ଆରମ୍ଭ ହୋଇଯାଇଛି । ଏହି କଳାକୁମ୍ଭରେ ଯୋଗ ଦେଇଥିବା କଳାକାରମାନେ ୭୫୦ ମିଟର ଲମ୍ବ ବିଶିଷ୍ଟ ଏହି ବିଶାଳ କଳାକୃତି ପ୍ରସ୍ତୁତ କରିବେ । ଏହା ୨୦୨୨ ସ୍ୱାଧୀନତା ଦିବସ ପାଳନର ଏକ ଅଂଶବିଶେଷ ରୂପେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ ପ୍ରଦର୍ଶନ କରାଯିବ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ସହ ନୂଆଦିଲ୍ଲୀରେ ଜନଜାତି କଳା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍-କିସ୍ ର ସହଯୋଗରେ କଳାକୁମ୍ଭ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଯାଇଥିବା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ।

ଇଣ୍ଡିଆ ଗେଟରେ ପଦର୍ଶିତ ହେବ ୭୫୦ ମିଟର ଲମ୍ବର ବିଶାଳ କଳାକୃତି , କିଟ୍-କିସ୍ ରେ ଚାଲିଛି କଳାକୁମ୍ଭ

ତେବେ ପ୍ରଥମ ଥର ପାଇଁ ଓଡ଼ିଶାର କିଟ୍-କିସ୍ ରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକଙ୍କ ତତ୍ବାବଧାନରେ ଦୀର୍ଘ ୬ ଦିନ ଧରି ଚାଲିବାକୁ ଥିବା କଳାକୁମ୍ଭରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୨ଶହରୁ ଊର୍ଦ୍ଧ୍ବ କଳାକାର ଯୋଗ ଦେଇଛନ୍ତି ।

ଏହି କଳାକୁମ୍ଭ ଆୟୋଜନ ପାଇଁ କିଟ୍-କିସ୍ ରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛି । ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସମସାମୟିକ ଚିତ୍ରକଳା ଆଦି ପ୍ରଦର୍ଶନ କରିବା ଏହି କଳାକୁମ୍ଭର ଲକ୍ଷ୍ୟ। ଆଜାଦୀ କା ଅମୃତ ମହୋତ୍ସବ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଜଣା ବୀରଙ୍କ ଜୀବନୀ ଓ ସେମାନଙ୍କ ସଂଗ୍ରାମ ଉପରେ ମେଗା କର୍ମଶାଳା ମଧ୍ୟ ଆୟୋଜନ କରାଯାଇଛି। ଏହି କଳାକୁମ୍ଭରେ କଳାକାରମାନେ ବିଭିନ୍ନ ପ୍ରକାର ଦେଶୀୟ କଳା ପଟ୍ଟଚିତ୍ର, ତାଳ ପଟ୍ଟଚିତ୍ର, ମଞ୍ଜୁଷା, ମଧୁବନୀ ଓ ଯଦୁ ପାଟୁଆ ଆଦି ଉପରେ ସେମାନଙ୍କ କଳାତ୍ମକ ଭାବ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଓଡ଼ିଶା ହେଉଛି ଉତ୍କୃଷ୍ଟ କଳାର କ୍ଷେତ୍ର। ତେଣୁ ଓଡ଼ିଶାରେ କଳାକୁମ୍ଭ ଆୟୋଜିତ ହୋଇପାରିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ଏହା ଆୟୋଜନ କରାଯାଇଛି। ଏହି ବିରାଟ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସାମିଲ୍‍ ହୋଇପାରିଥିବାରୁ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details