ଓଡିଶା

odisha

ETV Bharat / city

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ - ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭୁପେନ୍ଦ୍ର ଯାଦବଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା । କଳାହାଣ୍ଡିରେ ଜଙ୍ଗଲ ଓ ପରିବେଶ ବିଭାଗର କ୍ଲିୟରାନ୍ସ ନଥିବାରୁ ଅନେକ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ଅଧିକ ପଢ଼ନ୍ତୁ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ

By

Published : Aug 13, 2021, 9:30 PM IST

ଭୁବନେଶ୍ବର:କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭୁପେନ୍ଦ୍ର ଯାଦବଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା । କଳାହାଣ୍ଡିରେ ଜଙ୍ଗଲ ଓ ପରିବେଶ ବିଭାଗର କ୍ଲିୟରାନ୍ସ ନଥିବାରୁ ଅନେକ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ଏହାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଲିଖିତ ଭାବରେ ନିବେଦନ କରିଛନ୍ତି କଳାହାଣ୍ଡି ସାଂସଦ ।

ଏହାକୁ ନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଟ୍ବିଟ୍ କରି ଏକ ଫଟୋ ସେୟାର କରିବା ସହ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ବସନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ନୀତି ଆୟୋଗ ପକ୍ଷରୁ କଳାହାଣ୍ଡି ଓ ନୂଆପଡ଼ାକୁ ଆକାଂକ୍ଷା ଜିଲ୍ଲା ଭାବରେ ଦେଖାଯାଉଛି । ଏଥିପାଇଁ ଜିଲ୍ଲାରେ ଅନେକ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି । ଏହି ଦୁଇ ଜିଲ୍ଲାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ।

ଜିଲ୍ଲାର ଉନ୍ନତି ପାଇଁ ଅନେକ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିଛି । ଜଙ୍ଗଲ ଓ ପରିବେଶର ଅନୁମତି ନମିଳିବା ଯୋଗୁଁ ନୂଆପଡ଼ାରେ ଏକ ଡ୍ୟାମ୍ ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଛି । ଏହି ପ୍ରକଳ୍ପ ଦ୍ବାରା ଅନେକ ଚାଷୀ ଉପକୃତ ହୋଇ ପାରିବେ । ହଜାର ହଜାର ଚାଷ ଜମିରେ ଜଳ ସେଚନ ହୋଇ ପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କଳାହାଣ୍ଡି ସାଂସଦ । ଏଥିପାଇଁ ଯଥାଶୀଘ୍ର ଜଙ୍ଗଲ ଓ ପରିବେଶ ବିଭାଗକୁ କ୍ଲିୟରାନ୍ସ ଦେବାକୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details