ଭୁବନେଶ୍ବର:ମହିଳା କମିଶନଙ୍କ ନିକଟରେ ହାଜର ହେଲେ ବ୍ରହ୍ମପୁରର ଆନ୍ଦୋଳନରତ ମହିଳା କେ. ଦୀପିକା । ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି ଦୀପିକା । ପୂର୍ବରୁ ମହିଳା କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ ଦୀପିକା । କିନ୍ତୁ ସ୍ବାମୀ ଦିନେଶ ଆସିନଥିଲେ । ଏବେ ପୁଣି ଥରେ ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ।
ମହିଳା କମିଶନଙ୍କ ନିକଟରେ କେ. ଦୀପିକା ହାଜର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ସେ କହିଛନ୍ତି, "ଆଜି ନୁହେଁ, ଆସନ୍ତାକାଲି ହାଜର ହେବାକୁ ଉଭୟ ପକ୍ଷକୁ କୁହାଯାଇଛି । ଏସପିଙ୍କ ଜରିଆରେ ଦୀପିିକାଙ୍କ ସ୍ବାମୀଙ୍କୁ ମଧ୍ୟ ହାଜର ପାଇଁ କୁହାଯାଇଛି । ଦୀପିକା ଏବଂ ତାଙ୍କ ସ୍ବାମୀ ଆସନ୍ତାକାଲି ହାଜର ହେବେ" ବୋଲି ଜଣାପଡ଼ିଛି ।
ଏ ନେଇ ସମାଜସେବୀ ପ୍ରମିଳା ମଲ୍ଲିକ କହିଛନ୍ତି, "ଆମକୁ ୧୩ ତାରିଖରେ ଆସିବାକୁ କହିଥିଲେ । ଏବେ କ'ଣ ହେବ ଦେଖାଯିବ । ଦୀପିକାକୁ ମହିଳା କମିଶନ କ'ଣ ନ୍ୟାୟ ଦେଉଛନ୍ତି ତାହା ଅପେକ୍ଷାରେ ଆମେ ରହିଛୁ । ଦୀପିକା ପାଇଁ ଦିନେଶ ଏଠାକୁ ଆସିଲେ ସେ କ'ଣ କହୁଛି ତା' ପରେ ଘଟଣା କେଉଁଆଡ଼କୁ ଯାଉଛି ଦେଖାଯିବ । ଦିନେଶ ନିଜ ପିଲାକୁ ତା'ର ପରିଚୟ ଦେଲେ ସେହି ଶିଶୁଟିର ଆଧାର କାର୍ଡ ହେବା ସହିତ ସେ ସ୍କୁଲରେ ନାମ ଲେଖାଇ ପାଠପଢା ମଧ୍ୟ ଆରମ୍ଭ କରିବ ।"