ଭୁବନେଶ୍ବର:ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟ କ୍ରିଷ୍ଣା ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ (ଓଏଚଆରସି) ଭାବେ ନିଯୁକ୍ତି ମିଳିଛି । ଏନେଇ ଆଜି (ଶୁକ୍ରବାର) ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ କମିଟି ଏହି ପଦ ପାଇଁ ଜଷ୍ଟିସ ପଟେଲଙ୍କ ନାମ ସୁପାରିଶ କରିଥିଲେ । ବିଚାରପତି ବିଜୟ କ୍ରିଷ୍ଣା ପଟେଲଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅନୁମୋଦନ ଦେଇଛନ୍ତି ।