ଭୁବନେଶ୍ବର:ଦେଶର ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ପ୍ରକ୍ରିୟା ଜାରି ରହିଛି । ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଆଜି କିଛି ସଂଗଠନ ପକ୍ଷରୁ ନାଲକୋ ଆଗରେ ବିକ୍ଷୋଭ କରାଯାଇଛି । ଏହାକୁ ନେଇ ବିଜେଡି ମଧ୍ୟ ନିଜ ମତ ରଖିଛି ।
ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, କେନ୍ଦ୍ର ସରକାର ଘରୋଇ କରଣ ପ୍ରକ୍ରିୟା ବନ୍ଦ କରିବା ଉଚିତ । ସମସ୍ତ ସରକାରୀ ସଂସ୍ଥା ଓ ସମ୍ପତ୍ତିର କଷ୍ଟଡିୟାନ ହେଉଛନ୍ତି କେନ୍ଦ୍ର ସରକାର । ଯେଉଁ ସରକାର ଆସିବେ ଏହି ଦାୟିତ୍ବରେ ରହିବେ । ସରକାର ସରକାରୀ ସଂସ୍ଥାର ମାଲିକ ନୁହଁନ୍ତି ।