ଓଡିଶା

odisha

By

Published : Nov 30, 2021, 10:40 PM IST

ETV Bharat / city

ଦ୍ବିତୀୟ ଦିନରେ କନିଷ୍ଠ ଶିକ୍ଷକ ସଂଘର ବିକ୍ଷୋଭ, ଆଗକୁ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ

ବିଭିନ୍ନ ଦାବି ନେଇ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ରାଜ୍ୟ ସରକାର ଶିକ୍ଷକଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

Junior Teacher Association Protest: ଦ୍ବିତୀୟ ଦିନରେ କନିଷ୍ଠ  ଶିକ୍ଷକ ସଂଘର ବିକ୍ଷୋଭ, ଆଗକୁ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ
Junior Teacher Association Protest: ଦ୍ବିତୀୟ ଦିନରେ କନିଷ୍ଠ ଶିକ୍ଷକ ସଂଘର ବିକ୍ଷୋଭ, ଆଗକୁ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ

ଭୁବନେଶ୍ବର:ବିଭିନ୍ନ ଦାବି ନେଇ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଆଜି(ମଙ୍ଗଳବାର) ଦ୍ୱିତୀୟ ଦିନରେ ପହଞ୍ଚିଛି ଏହି ଆନ୍ଦୋଳନ । ମାଷ୍ଟରକ୍ୟାଣ୍ଟିନରେ ୨୨ ଟି ଜିଲ୍ଲାର ୧ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ସରକାରଙ୍କ ଅବହେଳା ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ୨୦୧୬ ମସିହାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ପାଖାପାଖି ଦୁଇ ବର୍ଷ ପରେ ୨୦୧୮ ମସିହାରେ ସେମାନଙ୍କୁ ନିଯୁକ୍ତି ମିଳିଥିଲା ।

Junior Teacher Association Protest: ଦ୍ବିତୀୟ ଦିନରେ କନିଷ୍ଠ ଶିକ୍ଷକ ସଂଘର ବିକ୍ଷୋଭ, ଆଗକୁ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ

ବହୁ ଶିକ୍ଷକ ଶିକ୍ଷୟିତ୍ରୀ ୫ଶହ କିଲୋମିଟର ଦୂରରୁ ଆସି ଅନ୍ୟ ଜିଲ୍ଲାରେ ପାଠ ପଢ଼ାଉଛନ୍ତି । ମାତ୍ର ସେମାନଙ୍କୁ ଦରମା ନାମରେ ମାତ୍ର ୬୫୧୨ ଟଙ୍କା ମିଳୁଛି । ଯେତିକି ଦରମା ମିଳୁଛି ତାହା ଅଣକୁଶଳୀ ଶ୍ରମିକଙ୍କଠାରୁ କମ୍ । ୨୦୧୮ ଓ ୨୦୨୦ ମସିହାରେ ଚୁକ୍ତିଭିତ୍ତିକ ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଚଳିତ ବର୍ଷ କ୍ୟାବିନେଟ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ପାରିଶ୍ରମିକ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏଥିସହିତ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରି ଇନିସିଆଲ୍ ଆପଏଣ୍ଟମେଣ୍ଟ ଭାବେ ଘୋଷଣା କରାଯାଇଛି ।

ହେଲେ ୩୦ ଜିଲ୍ଲାର କନିଷ୍ଠ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ସଚିବଙ୍କୁ ଏହାକୁ ନେଇ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ସେମାନଙ୍କ ଦାବି ପୂରଣ କରାଯାଉନଥିବା କନିଷ୍ଠ ଶିକ୍ଷକ ସଂଘ ଅଭିଯୋଗ କରିଛି ।

ଏହି ଶିକ୍ଷକଙ୍କୁ ଓଡ଼ିଶା ବର୍ଗ-ଗ ୨୦୧୩ ଚୁକ୍ତିନାମା ନିୟମରେ ସାମିଲ କରିବା ସହ ୨୦୨୧ ଅକ୍ଟୋବରରେ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସମସ୍ତ ସୁବିଧା ପ୍ରଦାନ ଦେବାକୁ ଦାବି ହୋଇଛି । ସେହିଭଳି ସର୍ବନିମ୍ନ ଦରମା ୧୬ ହଜାର ଟଙ୍କା ପ୍ରଦାନ ସହ ଏହାକୁ ୨୦୧୬ ମସିହାରୁ ପିଛିଲା ଭାବେ ଲାଗୁ କରିବାକୁ ସଂଘ ଦାବି କରିଯାଇଛି । ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଚାଲୁ ରହିବା ସହ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details