ଭୁବନେଶ୍ବର:କୃଷି ବିଲକୁ ନେଇ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ବିଭିନ୍ନ କୃଷକ ସଂଗଠନ ଥଣ୍ତା କାକରରେ ପଡି ନିଜ ଜିଦରେ ଅଟଳ ରହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି ।
କୃଷି ବିଲକୁ ନେଇ ଚାଷୀଙ୍କୁ ବୁଝାଇବ ବିଜେପି :ଜୁଏଲ ଓରାମ ଏନେଇ ଏହି ବିଲ ସପକ୍ଷରେ ବିଜେପି ଲୋକଙ୍କୁ ବୁଝାଇବା ପାଇଁ ରାଜ୍ୟର ବିଭିନ୍ନ ମଣ୍ତିକୁ ଯିବ । ଏହାସହ ଦେଶରେ 700 ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି ।
ସେଠାରେ ପ୍ରେସ କନଫରେସ କରିବା ସହ ବୈଠକରେ ଲୋକଙ୍କୁ ନୂତନ ବିଲର ଉପକାରିତା ନେଇ ବୁଝାଇବ । କଂଗ୍ରେସ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି । ଯେଉଁମାନଙ୍କ ପାଖରେ ମୁଦ୍ଦା ନାହିଁ ସେମାନେ ଏପରି କରୁଛନ୍ତି । ସେମାନେ ଚାଷୀଙ୍କ ହିତ ଚାହୁଁନାହାଁନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ