ଭୁବନେଶ୍ବର: ନ୍ୟାୟିକ ବ୍ୟବସ୍ଥାରେ କୋରୋନା ମାଡ। ଲକଡାଉନ ଯୋଗୁଁ ତଳ କୋର୍ଟରୁ ଉପର କୋର୍ଟ ପର୍ଯ୍ୟନ୍ତ ସବୁ କିଛି ପ୍ରଭାବିତ। ହୋଇପାରୁନି ଅନେକ ମାମଲାର ଶୁଣାଣି। ପେଣ୍ଡିଂ ପଡିଛି ବେଲ,ଅପିଲ ଓ ଟ୍ରାଏଲ ମଧ୍ୟ ବନ୍ଦ। କେବଳ ଅତି ଜରୁରୀ ମାମଲାର ହେଉଛି ବିଚାର।
ଥାନା ମାନଙ୍କରୁ ଆସୁଥିବା କୋର୍ଟ ଚାଲାଣ କେସ ଓ ସରକାରୀ ସଂକ୍ରାନ୍ତିୟ ଅତି ଜରୁରୀ କେସର ହେଉଛି ବିଚାର। ଫଳରେ ଏସଡିଜେଏମ କୋର୍ଟରେ କ୍ରିମିନାଲ ଟ୍ରାୟଲ ଠୁ ଆରମ୍ଭ କରି ଘରୋଇକଳହ, ଜମିଜମା ବିବାଦ, ଚେକବାଉନସ ବା ସରକାରୀ ଅବହେଳା ସଂକ୍ରାନ୍ତିୟ ଅଭିଯୋଗ ବା ୧ ସିସି କେସ ମଧ୍ୟ ଶୁଣାଣି କି ବିଚାର ହେଉନି।
ସେହିପରି ଜିଲ୍ଲା କୋର୍ଟରେ ରିଭର୍ସନ ଅପିଲ,କ୍ରିମିନାଲ ଅପିଲ ମାମଲାର ସାକ୍ଷ୍ୟ ଗ୍ରହଣ ନ ହେବା ବା ସାକ୍ଷୀଙ୍କ ଅନୁପସ୍ଥିତି ଯୋଗୁ କେସ ଟ୍ରାୟଲ ବା ଶୁଣାଣି ପଡିରହୁଛି। ସିବିଆଇ,ଭିଜିଲାନ୍ସ ଆଦି ଅନେକ କେସ ଏହି ଭଳି ଭାବେ ବିଚାର ହୋଇପାରୁନି।
ସେହିପରି ଫାମିଲି କୋର୍ଟରେ ମଧ୍ୟ ସମାନ ଅବସ୍ଥା । ଛାଡପତ୍ର ସଂକ୍ରାନ୍ତିୟ ମାମଲାର ଫୈସାଲା ହୋଇପାରୁନି କି ଛାଡପତ୍ର ନେଇ ମେଣ୍ଟେନାନ୍ସ ବା ଦେଣ ନେଣ ବିଚାର ବନ୍ଦ ଯୋଗୁ ଅନେକ ଲୋକ ଓ ପରିବାର ସମସ୍ୟାର ସମ୍ମୁଖିନ ହେଉଛନ୍ତି। ମନୁଷ୍ୟ ନାୟିକ ଅଧିକାରଠୁ ବଞ୍ଚିବାର ଅଧିକାରକୁ ଗୁରୁତ୍ବ ଦୃଷ୍ଟିରୁ କୋରେନା ପାଇଁ ଏଭଳି ନିଷ୍ପତି ନିଆଯାଉଛି।