ଓଡିଶା

odisha

ETV Bharat / city

ଖୁବଶୀଘ୍ର ଆରମ୍ଭ ହେବ JSWର ଜଟାଧାରୀ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ - JSWର ଜଟାଧାରୀ ଷ୍ଟିଲ ପ୍ଲାଣ୍ଟ

ଜଗତସିଂହପୁରରେ ଖୁବଶୀଘ୍ର ଆରମ୍ଭ ହେବ ଜିନ୍ଦଲ ଷ୍ଟିଲ ପ୍ଳାଣ୍ଟ ନିର୍ମାଣ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା ବେଳେ ଏହା କହିଛନ୍ତି ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ।

JSW's  Jatawari Steel Plant in Jagatsinghpur District will be operational soon, says MD Sajjan Jindal
ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ JSWର ଜଟାଧାରୀ ଷ୍ଟିଲ ପ୍ଲାଣ୍ଟ

By

Published : Aug 24, 2020, 8:15 PM IST

Updated : Aug 24, 2020, 10:09 PM IST

ଭୁବନେଶ୍ବର:ଜଗତସିଂହପୁରରେ ଖୁବଶୀଘ୍ର ଆରମ୍ଭ ହେବ ଜିନ୍ଦଲ ଷ୍ଟିଲ ପ୍ଳାଣ୍ଟ ନିର୍ମାଣ କାର୍ଯ୍ୟ । ଏନେଇ ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଜଗତସିଂହପୁର ଜିଲ୍ଲାର ଜଟାଧାରୀ ଠାରେ କମ୍ପାନୀ ବାର୍ଷିକ 13.2 ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ କରୁଛି ।

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ JSWର ଜଟାଧାରୀ ଷ୍ଟିଲ ପ୍ଲାଣ୍ଟ

ଖୁବଶୀଘ୍ର ଏହାର ନର୍ମାଣ କାମ ହେବ । ଉଭୟଙ୍କ ମଧ୍ୟରେ ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । କିପରି ଅଧିକ ରାଜସ୍ବ ଓ ନିଯୁକ୍ତି ସୁଯୋଗ ଉପରେ ଅଧିକ ଗୁରୁତ୍ଵ ଦିଆଯିବ ସେନେଇ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ଜଳ, ବିଦ୍ୟୁତ ଯୋଗାଇ ଦେଇଛନ୍ତି । ଆସନ୍ତା 10 ବର୍ଷରେ କମ୍ପାନୀ ପ୍ରାୟ 1 ଲକ୍ଷ କୋଟି ତାଙ୍କ ନିବେଶ କରିବାକୁ ଲକ୍ଷ୍ୟ ରଖିଛି ।

ଜେଏସଡବ୍ଲ୍ୟୁ ସମ୍ବଲପୁର ଆଇଆଇଏମ ସହ ଅନୁବନ୍ଧିତ ହୋଇ ଏକ ସେଣ୍ଟର ଫର୍ ଡେଭଲମେଣ୍ଟ ଷ୍ଟଡିଜ ଫର ଓଡିଶା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ଓଡିଶାର ବିକାଶ ଦିଗରେ ସକରାତ୍ସ ଭୁମିକା ଜିନ୍ଦଲ ନିଭେଇବ ବୋଲି ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 24, 2020, 10:09 PM IST

ABOUT THE AUTHOR

...view details