ଭୁବନେଶ୍ବର: ଜେଏସଡବ୍ଲୁ ହାତରେ ଓଡ଼ିଶାର 4 ଲୁହାପଥର ଖଣି । ନୂଆଗାଁ ମାଇନ୍ସ ଏବଂ ନାରାୟଣପୋଷୀ ମାଇନ୍ସ ପରି ଗୁରୁତ୍ବପୂର୍ଣ୍ଣ ଲୁହାପଥର ଖଣି ପରେ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି ଡେଏସଡବ୍ଲ୍ୟୁ ।
ଜେଏସଡବ୍ଲ୍ୟୁ ଖଣି ବିକ୍ରି ମୂଲ୍ୟର ୧୩୨ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରି ଏହି ଖଣି ହାସଲ କରିପାରିଛି । ଗନୁଆ ଲୁହାପଥର ଖଣିରେ ଆନୁମାନିକ ୧୧୮.୯୨ ମିଲିୟନ ଟନର ଖଣିଜ ପଦାର୍ଥ ଗଚ୍ଛିତ ରହିଛି । ଏହି ଖଣି ଆବଣ୍ଟନ ପ୍ରକ୍ରିୟାରେ ଜେଏସଡବ୍ଲ୍ୟୁ ବ୍ୟତୀତ କମଲଜିତ ସିଂହ ଆହଲୁୱାଲିଆ, ରୁଙ୍ଗଟା ମାଇନ୍ସ ଲିମିଟେଡ, ଶ୍ୟାମ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ ଅମଲଗାମ ଷ୍ଟିଲ୍ ଏଣ୍ଡ ପାୱାର ଲିମଟେଡ ପରି କମ୍ପାନୀ ଗୁଡିକ ପ୍ରତିଦ୍ବନ୍ଦିତା କରିଥିଲେ । ଏହାକୁ ମିଶାଇ ମୋଟ 5 ଟି ଖଣିର ନିଲାମ ହୋଇଛି ।
ଲୁହାପଥର ଖଣି ନିଲାମ, JSW ହାତରେ ସର୍ବାଧିକ - mines auction
ନୂଆଗାଁ ମାଇନ୍ସ ଏବଂ ନାରାୟଣପୋଷୀ ମାଇନ୍ସ ପରି ଗୁରୁତ୍ବପୂର୍ଣ୍ଣ ଲୁହାପଥର ଖଣି ପରେ ସୁନ୍ଦରଗଡ଼ ଜିଲ୍ଲାର ଗନୁଆ ଲୁହାପଥର ଖଣିକୁ ନିଲାମ ପ୍ରକ୍ରିୟାରେ ଅକ୍ତିଆର କରିପାରିଛି ଡେଏସଡବ୍ଲ୍ୟୁ । ଅଧିକ ପଢନ୍ତୁ...

ଲୁହାପଥର ଖଣି ନିଲାମ, JSW ହାତରେ ସର୍ବାଧିକ
ଜେଏସଡବ୍ଲ୍ୟୁ ବ୍ୟତୀତ ଆରସେଲର ମିତ୍ତଲ ଠାକୁରାଣୀ ମାଇନ୍ସ ଓ ସିରାଜୁଦ୍ଦିନ ବଲଦା ମାଇନ୍ସ ହାସଲ କରିଛି।
ଭୁବନେଶ୍ବରରେ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ