ଓଡିଶା

odisha

ସରିଲା ନଡ୍ଡାଙ୍କ ଗସ୍ତ: ଏବେ ବଡ ପ୍ରଶ୍ନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ରାଜ୍ୟରେ ବ୍ରାଣ୍ଡ ନବୀନ ବିରୋଧରେ ଲଢିବା ପାଇଁ ବିଜେପିର ରାଜ୍ୟ ଚେହେରା କିଏ ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାହା ନେତୃତ୍ବରେ ରାଜ୍ୟ ବିଜେପି ଲଢିବ ? କିଏ ହେବେ ବିଜେପିର କ୍ୟାପଟେନ ? କାହାକୁ ନବୀନଙ୍କ ବିକଳ୍ପ ଭାବେ ଚାହିଁବେ ରାଜ୍ୟବାସୀ ? ଅଧିକ ପଢନ୍ତୁ

By

Published : Sep 30, 2022, 7:47 PM IST

Published : Sep 30, 2022, 7:47 PM IST

Etv Bharat
Etv Bharat

ଭୁବନେଶ୍ୱର: ଶେଷ ହେଲା ରାଜ୍ୟ ବିଜେପି (Odisha Bjp)ର ଦୁଇ ଦିନ ଧରି ଚାଲିଥିବା ରାଜନୈତିକ କାର୍ଯ୍ୟକ୍ରମ । ଗତକାଲି ଠାରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (Bjp National President JP Nadda ) ଓଡିଶା ଗସ୍ତରେ ଆସି ତୁହା ତୁହା ବୈଠକ ସଭା କରିଛନ୍ତି । ଆଗାମୀ 2024 ନିର୍ବାଚନ ନେଇ ଦଳର ପ୍ରସ୍ତୁତି ରଣନୀତି ନେଇ ରାଜ୍ୟ ନେତାଙ୍କ ସହ ଏକାଧିକ ବୈଠକ କରିଛନ୍ତି । ଜନତା ମୈଦାନରେ ଆୟୋଜିତ ଶକ୍ତି କେନ୍ଦ୍ର ପ୍ରମୁଖଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି (Biju Janata Dal) କୁ କ୍ଷମତାଚ୍ୟୁତ କରିବା ନେତା କର୍ମୀଙ୍କ ମନରେ ଜୋସ ଭର୍ତ୍ତି କରିଛନ୍ତି ।

ନଡ୍ଡାଙ୍କ ଗସ୍ତ ପରେ ଏବେ ବଡ ପ୍ରଶ୍ନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ତେବେ ରାଜ୍ୟରେ ବ୍ରାଣ୍ଡ ନବୀନ ବିରୋଧରେ ଲଢିବା ପାଇଁ ବିଜେପିର ରାଜ୍ୟ ଚେହେରା କିଏ ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାହା ନେତୃତ୍ବରେ ରାଜ୍ୟ ବିଜେପି ଲଢିବ ? କିଏ ହେବେ ବିଜେପିର କ୍ୟାପଟେନ? କାହାକୁ ନବୀନଙ୍କ ବିକଳ୍ପ ଭାବେ ଚାହିଁବେ ରାଜ୍ୟବାସୀ ? ଏହି ତମାମ ପ୍ରଶ୍ନର ଉତ୍ତର ନଡ୍ଡା ସ୍ପଷ୍ଟ କରିନାହାଁନ୍ତି ଏବଂ ରାଜ୍ୟ ନେତା ମାନେ ମଧ୍ୟ ଅନ୍ଧାରରେ ରହିଛନ୍ତି ।

ଏହାବି ପଢନ୍ତୁ- ମଣ୍ଡପରେ ବିରାଜିବେ ମା', ସଜେଇ ହେଲାଣି ପୂଜା ମଣ୍ଡପ

କାରଣ ବିଜେଡି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) ଙ୍କ 22ବର୍ଷର ଶାସନର ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ । ଅକ୍ଟୋବର 2 ତାରିଖରୁ ଦଳ ଆରମ୍ଭ କରିବ ପଦଯାତ୍ରା । ଏହି ପଦଯାତ୍ରାରେ ମାଧ୍ୟମରେ ଦଳର ନେତା ଓ କର୍ମୀ ଲୋକଙ୍କ ପାଖରେ ପହଞ୍ଚିବେ । ରାଜ୍ୟ ସରକାରଙ୍କ ମହତାକାଂକ୍ଷୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବେ । ଆଉ ବିଜେଡିର ଫେସ ହେଲେ ନବୀନ । ଅନ୍ୟପକ୍ଷରେ ବିଜେଡିକୁ ଚ୍ୟାଲେଞ୍ଜ କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ଏବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କାରଣର ବିଜେପିର ଛବିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତା କିଏ ପୂରଣ କରିବ ତାକୁ ନେଇ ବଡ ପ୍ରଶ୍ନ ଛିଡା ହୋଇଛି ।

ଏହାବି ପଢନ୍ତୁ- ବିଷ୍ଣୁ ସେଠୀଙ୍କ ଏକାଦଶାହ, ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

ଏହା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ବିଜେପି ପାଖରେ 3 ରୁ 4 ଜଣ ମୁଖ୍ୟମନ୍ତ୍ରୀ ଚେହେରା ଅଛନ୍ତି । ଯେଉଁମାନେ ହେଉଛନ୍ତି ରାଜ୍ୟ ବିଜେପିର ବଡ ଚେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ରାଜ୍ୟ ବିଜେପିର ସବୁଠାରୁ ପ୍ରଭାବଶାଳୀ ନେତା । ତାଙ୍କ ବିନା ରାଜ୍ୟ ବିଜେପି ଏକ ପ୍ରକାର ଅଚଳ । ଯଦି ତାଙ୍କୁ ଦଳ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରେ ତାଙ୍କ ବିରୋଧୀ ଗୋଷ୍ଠୀ ଏହାକୁ ଗ୍ରହଣ କରିନପାରନ୍ତି । ଏପରି ସ୍ଥଳେ ରାଜ୍ୟ ବିଜେପି ପାଇଁ ବଡ ଆହ୍ବାନ ହେଉଛି ଏକତା । କାରଣ ବ୍ରାଣ୍ଡ ନବୀନଙ୍କୁ ନେଇ ବିଜେଡି ମୈଦାନକୁ ଓହ୍ଲାଇବ । ଆଉ ନବୀନଙ୍କୁ କାଉଣ୍ଟର କରିବା ପାଇଁ ହେଲେ ବିଜେପିକୁ ମଧ୍ୟ ସେଭଳି ଜଣେ ସଚ୍ଚୋଟ ଦକ୍ଷ ନେତାଙ୍କୁ ସାମନାକୁ ଆଣିବାକୁ ପଡିବ ।

ଏହାବି ପଢନ୍ତୁ-ଏକୁଟିଆ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ Type 2 Diabetes ଆଶଙ୍କା ଅଧିକ

ଗୋଟିଏ କଥା ସ୍ପଷ୍ଟ ହୋଇସାରିଛି ଯେ ବିଜେପି-ବିଜେଡି ମଧ୍ୟରେ ଅଘୋଷିତ ମେଣ୍ଟ ଭାଙ୍ଗିସାରିଛି । ଏବେ ମୁହାଁମୁହିଁ ଲଢେଇ ପାଇଁ ଉଭୟ ଦଳ ପ୍ରସ୍ତୁତ ହେଉଛନ୍ତି । ବିଜେଡିକୁ ଟକ୍କର ଦେବାକୁ ହେଲେ ଯଦି କିଛି ଦରକାର ତା ହେଉଛି ନବୀନଙ୍କୁ ସାମନା କରିବା ପରି ‘ଗେରୁଆ’ର ଚେହେରା । ନଚେତ 2019 ପରି ପରିସ୍ଥିତି ଯେ ନହେବ ସେ କଥା କିଏ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details