ଭୁବନେଶ୍ବର: ରାଜଧାନୀରେ ବିଜେଡି ଓ ବିଜେପିର ପାଓ୍ବାର ସୋ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ବିଶାଳ ରୋଡ ସୋ । ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ଯାଏଁ ମୋଟରସାଇକେଲ ଶୋଭାଯାତ୍ରା । ଜନତା ମଇଦାନରେ ପ୍ରାୟ 30 ହଜାର ବୁଥ ଶକ୍ତିକେନ୍ଦ୍ର ପ୍ରମୁଖଙ୍କୁ ନଡ୍ଡାଙ୍କ ସମ୍ବୋଧନ । ଚବିଶ ଲଢେଇ ପାଇଁ ଦେଲେ ସ୍ପଷ୍ଟ ସଂକେତ ।
ପଢନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମ୍ବୋଧନର ମୁଖ୍ୟାଂଶ
• ତ୍ରିଦେବ ସମ୍ମିଳନୀ ଆସିବା ମୋ ସୌଭାଗ୍ୟ
• ଏତେ ସଂଖ୍ୟାରେ ଆସିଥିବାରୁ ଧନ୍ୟବାଦ
• ମଧୁସୁଦନ ଦାସ, ଗୋପବନ୍ଧୁ, ବକ୍ସି ଜଗବନ୍ଧୁ, କଥା ମନେ ପକେଇଲ
• ଦୁନିଆର ସବୁଠୁ ବଡ ପାର୍ଟିର ସଦସ୍ୟ ପାଇଁ ଆପଣ ମାନେ ଭାଗ୍ଯବାନ ମନେ କରିବା ଉଚିତ, 18 କୋଟିର ସଦସ୍ୟତାର ପାର୍ଟି
• ଧାରା 370କୁ ଧରାଶାୟୀ କଲେ ଶାହ
• କଂଗ୍ରେସରେ ଆଉ ଜାତୀୟତା ନାହିଁ ଭାଇ ଭଉଣୀ ପାର୍ଟି ପରିବାର ପାର୍ଟି, ପାରିବାରିକ ରାଜନୀତିର ବିଭିନ୍ନ ରାଜ୍ୟର ଉଦାହରଣ ଦେଲେ । ଓଡ଼ିଶାରେ ବି ବିଜୁ ପାର୍ଟି । ବିଜେପିକୁ ଛାଡ଼ି ସବୁ ପରିବାର ପାର୍ଟି । ବିଜେପି ବିଚାରଧାରାର ପାର୍ଟି ।
• କୋଭିଡ଼ରେ ସଫଳ ମୁକାବିଲା, ମାଗଣା ଭ୍ୟାକ୍ସିନ କଥା କହିଲେ
• ଓଡ଼ିଶାରେ 20 ଲକ୍ଷ 50 ହଜାର ପକ୍କା ଘର, 14 ଲକ୍ଷ 50 ହଜାର ଘରକୁ ବିଜୁଳି, 4 ଲକ୍ଷ 40 ଯୁବକଙ୍କୁ ଋଣ , ସାଢେ 4 ଲକ୍ଷ କୃଷକଙ୍କୁ ପିଏମ କିଷାନ ସହାୟତା, ଜଳଜୀବନ ମିସନରେ 43 ଲକ୍ଷ ହିତାଧୀକାରୀ 3323 କୋଟି ଟଙ୍କା ପ୍ରଦାନ । ଭୁବନେଶ୍ବରରେ ରେଳ ଷ୍ଟେସନର ବିକାଶ । 220 କୋଟି ମହାନଦୀ ବେସିନ । 87 ଟି ଏକଲବ୍ୟ ସ୍କୁଲ ଓଡ଼ିଶାରେ ହେଉଛି ନିର୍ମାଣ । ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ।
• ଦୌପଦୀ ମୁର୍ମୁଙ୍କ କଥା କହି ଉଦାହରଣ ଦେଲେ, ଓଡିଶାକୁ 15 ପଦ୍ମ ପୁରସ୍କାର ମିଳିଛି
ନଡ୍ଡାଙ୍କ ଟାର୍ଗେଟରେ ରାଜ୍ୟ ସରକାର...
• ଏଠି ରକ୍ଷକ ହିଁ ଭକ୍ଷକ, 3 ମନ୍ତ୍ରୀ ମର୍ଡ଼ରରେ ସଂପୃକ୍ତ ହିଁ କୁଶାସନର ଉଦାହରଣ