ଓଡିଶା

odisha

ସୋମବାରଠୁ ସାମ୍ବାଦିକଙ୍କୁ କୋଭିଡ ଟୀକା

By

Published : Apr 30, 2021, 10:27 PM IST

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖୁବଶୀଘ୍ର ଦିଆଯିବ କୋଭିଡ ଟୀକା । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆସନ୍ତା ସୋମବାର ଠାରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ...

journalist will be take covid19 vaccine from monday
ସୋମବାରଠୁ ସାମ୍ବାଦିକଙ୍କୁ କୋଭିଡ ଟୀକା

ଭୁବନେଶ୍ବର:ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଲାଗି ଅଶ୍ୱସ୍ତିକର ଖବର । ଆସନ୍ତା ସୋମବାରଠାରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳିବ କୋଭିଡ ଟୀକା । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟର ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କୋରୋନା ଭାଇରସରେ ସାମ୍ବାଦିକଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛନ୍ତି । ଏହାପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ଭ୍ୟାକସିନ ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ଟୀକା ନେବାକୁ ହେଲେ cowin ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡିବ । କୋରୋନା ମହାମାରୀ ଯୋଗୁଁ ରାଜ୍ୟର ଏଯାଏଁ 11 କାର୍ଯ୍ୟରତ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details