ଓଡିଶା

odisha

ETV Bharat / city

ଲୋକସେବା ଭବନକୁ ମିଳୁନି ପ୍ରବେଶ ଅନୁମତି, ସାମ୍ବାଦିକଙ୍କ ବିକ୍ଷୋଭ

କୋରୋନା ଲକଡାଉନ ଲାଗୁ ହେବା ପରଠାରୁ ସରକାର କାହାରିକୁ ଭବନ ଭିତରକୁ ଯିବା ପାଇଁ ଦେଉନାହାନ୍ତି । ଫଳରେ ଖବର ସଂଗ୍ରହ କରିବା ନେଇ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଅଧିକ ପଢନ୍ତୁ...

ଲୋକସେବା ଭବନକୁ ମିଳୁନି ପ୍ରବେଶ ଅନୁମତି, ସାମ୍ବାଦିକଙ୍କ ବିକ୍ଷୋଭ
ଲୋକସେବା ଭବନକୁ ମିଳୁନି ପ୍ରବେଶ ଅନୁମତି, ସାମ୍ବାଦିକଙ୍କ ବିକ୍ଷୋଭ

By

Published : Jun 18, 2020, 2:58 PM IST

ଭୁବନେଶ୍ବର: ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରିଛନ୍ତି ସାମ୍ବାଦିକ । ତିନି ମାସ ହେବ କୌଣସି ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ମିଳୁନି ପ୍ରବେଶ ଅନୁମତି । ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋରୋନା ଲକଡାଉନ ଲାଗୁ ହେବା ପରଠାରୁ ସରକାର କାହାରିକୁ ଲୋକସେବା ଭବନ ଭିତରକୁ ଯିବା ପାଇଁ ଦେଉନାହାନ୍ତି । ଫଳରେ ଖବର ସଂଗ୍ରହ କରିବା ନେଇ ପ୍ରତିବନ୍ଧକ ସୃଷ୍ଟି ହେଉଛି ।

ଲୋକସେବା ଭବନକୁ ମିଳୁନି ପ୍ରବେଶ ଅନୁମତି, ସାମ୍ବାଦିକଙ୍କ ବିକ୍ଷୋଭ
ଲୋକସେବା ଭବନକୁ ମିଳୁନି ପ୍ରବେଶ ଅନୁମତି, ସାମ୍ବାଦିକଙ୍କ ବିକ୍ଷୋଭ

କେବଳ ସେତିକି ନୁହେଁ ଏହା ମୌଳିକ ଅଧିକାରକୁ ମଧ୍ୟ କୁଠାରଘାତ କରୁଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି । ପ୍ରେସ ସ୍ୱାଧୀନତା ଉପରେ ବି ଏହା ବଡ ଅଙ୍କୁଶ ଲଗାଉଛି । ତେଣୁ ଏଭଳି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସାମ୍ବାଦିକ ଦାବି କରିଛନ୍ତି । ଜୟଦେବ ଭବନ ସମ୍ମୁଖରେ ସମସ୍ତ ସାମ୍ବାଦିକ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details