ଭୁବନେଶ୍ବର: ଗତ ଦୁଇ ଦିନ ତଳେ ରାଜଧାନୀରେ ଥିବା ଏସପ୍ଲାନେଡ ମଲରେ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ କରାଯାଇଥିଲା । ସପିଙ୍ଗ ମଲର କିଛି କର୍ତ୍ତୃପକ୍ଷ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଥିବାର ଦେଖିବାକୁ ମିଳିଥିଲା । ଯାହାକୁ କେନ୍ଦ୍ରକରି ଗତକାଲି(ରବିବାର) ଠାରୁ ମଲ ସାମ୍ନାରେ ଅନେକ ସାମ୍ବାଦିକ ଏକତ୍ର ହୋଇ ଆନ୍ଦେଳାନ କରିଥିଲେ ।
ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ପୁଣି ଏସପ୍ଳାନେଡ ମଲ ସମ୍ମୁଖରେ ସାମ୍ବାଦିକଙ୍କ ବିରୋଧ ପ୍ରଦର୍ଶନ - journalist protest
ଭୁବନେଶ୍ବର ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ ମହିଳା ସାମ୍ବାଦିକାଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା । ଘଟଣାରେ ମଲ ର ମ୍ୟାନେଜରଙ୍କୁ ଗିରଫର କିଛି ସମୟ ପରେ ପୁଣି ଛାଡି ଦିଆଯିବାରୁ ଏହାକୁ ବିରୋଧ କରି ପୁଣି ଆନ୍ଦୋଳନ କରିଛନ୍ତି ସାମ୍ବାଦିକ । ଅଧିକ ପଢନ୍ତୁ...
ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା
ସକାଳୁ ରାତି ପର୍ଯ୍ୟନ୍ତ ସାମ୍ବାଦିକମାନେ ବିକ୍ଷୋଭ କରିବା ପରେ ଗତକାଲି ରାତିରେ ଏସପ୍ଳାନେଡର ମ୍ୟାନେଜର ଶ୍ୟାମା ଝା ଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ଗିରଫର କିଛି ସମୟ ପରେ ତାଙ୍କୁ ବେଲ ମିଳିଯିବାର ଘଟଣା ସାମ୍ନାକୁ ଆସିବା ପରେ ଆଜି(ସୋମବାର) ପୁଣି ସାମ୍ବାଦିକ ମାନେ ଏକତ୍ର ହୋଇ ଆନ୍ଦୋଳନରେ ବସିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ