ଭୁବନେଶ୍ବର:ଆଜି (ଶନିବାର) ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ ମୃତ ସାମ୍ବାଦିକଙ୍କ ଆତ୍ମାର ସଦଗତି କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଏପରି କାଣ୍ଡ ଭିଆଇଥିବା ମାଓବାଦୀଙ୍କ ପ୍ରତି ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନବୀନ ଟ୍ବିଟ କରିଛନ୍ତି ।
ନବୀନ ଟ୍ବିଟ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ମାଓବାଦୀଙ୍କ ଏହି ହିଂସାକାଣ୍ଡକୁ ଦୃଢ଼ ଭାବେ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ନବୀନଙ୍କ ଏପରି ଟ୍ବିଟ ପରେ ପୋଲିକ ଖୁବଶୀଘ୍ର ସେଠାରେ ଏକ ବଡ ଧରଣର ମାଓ ବିରୋଧୀ ଅପରେସନ ଆରମ୍ଭ କରିପାରେ ବୋଲି ସୂଚନା ମିଳିଛି ।