ଓଡିଶା

odisha

ETV Bharat / city

Panchayat Election: ଖବର ସଂଗ୍ରହ ବେଳେ 3 ସାମ୍ବାଦିକଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ - ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ । 3 ବୈଦ୍ୟୁତିକ ଗଣମଧ୍ୟାମର ସାମ୍ବାଦିକଙ୍କୁ ଆକ୍ରମଣ । ଅଧିକ ପଢନ୍ତୁ

Panchayat Election: ଖବର ସଂଗ୍ରହ ବେଳେ 2 ସାମ୍ବାଦିକଙ୍କୁ ଆକ୍ରମଣ
Panchayat Election: ଖବର ସଂଗ୍ରହ ବେଳେ 2 ସାମ୍ବାଦିକଙ୍କୁ ଆକ୍ରମଣ

By

Published : Feb 16, 2022, 4:18 PM IST

Updated : Feb 16, 2022, 8:58 PM IST

ଭୁବନେଶ୍ବର: ଖବର ସଂଗ୍ରହ ବେଳେ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ । ଦୁଇ ବୈଦ୍ୟୁତିକ ଗଣମଧ୍ୟାମର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ । ସାମ୍ବାଦିକ ସୁମନ୍ତ ସୁନ୍ଦରାୟ, ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ଚେତନ ସ୍ବାଇଁ ଓ ରବି ଶଙ୍କର ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

Panchayat Election: ଖବର ସଂଗ୍ରହ ବେଳେ 2 ସାମ୍ବାଦିକଙ୍କୁ ଆକ୍ରମଣ

ତେବେ ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ କରୁଥିବା ବେଳେ ସଂଘବଦ୍ଧ ଆକ୍ରମଣ ହୋଇଛି । ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା କଣାସ ବ୍ଲକ ଅଡାଳ ପଞ୍ଚାୟତରେ ବୁଥ ଜବରଦଖଲକୁ ନେଇ ଘଟିଛି ତୁମୁଳକାଣ୍ଡ । ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀ ଜବରଦସ୍ତ ପଶି ଅଡାଲ ପଞ୍ଚାୟତ ବୁଥରେ ଲୋକଙ୍କୁ ଆକ୍ରମଣ କରିବା ସହ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ।

Panchayat Election: ଖବର ସଂଗ୍ରହ ବେଳେ 2 ସାମ୍ବାଦିକଙ୍କୁ ଆକ୍ରମଣ

ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଗଡ଼ିଶାଗୋଦା ଥାନାରେ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଘଟଣାର ତୀଵ୍ର ନିନ୍ଦା କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁରୀ ପୋଲିସ । ଏହି ଘଟଣାରେ ଯିଏ ସଂପୃକ୍ତ ଥିବ ଉକ୍ତ ଵ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଅତିତିକ୍ତ ଏସପି କହିଛନ୍ତି । ଏପଟେ ବୁଥ କ୍ୟାପଚର ହୋଇଛି କି ନାହିଁ ଏନେଇ ତଦନ୍ତ ହେଉଛି । ପ୍ରିଜାଇଡିଂ ଅଫିସରଙ୍କ ରିପୋର୍ଟ ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ।

ଅନ୍ୟପଟେ ଖୋର୍ଦ୍ଧାରେ ମଧ୍ୟ ମତଦାନ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାନପଦର ପଞ୍ଚାୟତର ବାୟାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭୋଟଦାନ ବେଳେ ଏକ ଛାପା ଗଣମାଧ୍ୟମର ପ୍ରତିନିଧି ବାହାରୁ ଫଟୋ ଉତ୍ତୋଳନ ସମୟରେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଆହତ ସାମ୍ବାଦିକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିଥିଲେ ।

ଏହାପରେ ବେଗୁନିଆ ଥାନାରେ ଆକ୍ରମଣକାରୀ ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି ସାମ୍ବାଦିକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 16, 2022, 8:58 PM IST

ABOUT THE AUTHOR

...view details