ଭୁବନେଶ୍ବର: କୋରୋନା ନେଇଛି ପୁଣି ଜଣେ ସାମ୍ବାଦିକାଙ୍କ ଜୀବନ । ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନଙ୍କର କୋରୋନାରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କରୋନାରେ ସଂକ୍ରମିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା ।
କୋରୋନାରେ ସଂକ୍ରମିତ ପରେ ସେ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ହୋଇନଥିଲା । ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି । ସୋଆ ରେଡିଓ ସହ ସେ ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସରିନଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।