ଓଡିଶା

odisha

ETV Bharat / city

ରାଜ୍ୟରେ ବନ୍ୟା ବିପତ୍ତି, 24 ଜିଲ୍ଲାରେ 3232 ଗ୍ରାମ ପ୍ରଭାବିତ - joint src said on odisha flood situation

ରାଜ୍ୟରେ ବନ୍ୟା ବିପତ୍ତି ନେଇ ଜଏଣ୍ଟ ଏସଆରସି ପଦ୍ମନାଭ ବେହେରାଙ୍କ ସୂଚନା । ଅଧିକ ପଢ଼ନ୍ତୁ

joint src said on odisha flood situation
ରାଜ୍ୟରେ ବନ୍ୟା ବିପତ୍ତି, 24 ଜିଲ୍ଲା ପ୍ରଭାବିତ

By

Published : Aug 21, 2022, 10:45 PM IST

ଭୁବନେଶ୍ବର:ଚଳିତ ବନ୍ୟା ରାଜ୍ୟକୁ ବିପତ୍ତି ଆଣିଛି (flood situation in odisha)। ବର୍ତ୍ତମାନ ସୁଦ୍ଧା ରାଜ୍ୟର 24 ଜିଲ୍ଲାର 129 ବ୍ଲକର 3232 ଗ୍ରାମ ପ୍ରଭାବିତ ହୋଇଛି (flood impact on odisha) । ପାଖାପାଖି 8 ଲକ୍ଷ 53 ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା (joint src padmanabha behera) । ଏହାସହ ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି ।

ରାଜ୍ୟରେ ବନ୍ୟା ବିପତ୍ତି

ଏହା ମଧ୍ୟ ପଢ଼ନ୍ତୁ:କମିବ ବର୍ଷାର ପରିମାଣ, ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁସାରେ, "ଗତ 24 ଘଣ୍ଟାରେ ରାଜ୍ୟରେ ହାରାହାରି 15.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସୁବର୍ଣ୍ଣରେଖାର ଜଳସ୍ତର ରାଜଘାଟରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସନ୍ଧ୍ୟା 6 ଟାରେ 11.1 ମିଟରରେ ପ୍ରବାହିତ ହେଉଛି । ସେହିପରି ସନ୍ଧ୍ୟା 7ଟାରେ ତାହା ବୃଦ୍ଧି ପାଇ 11.17 ମିଟର ରେକର୍ଡ ହୋଇଛି । ସୁବର୍ଣ୍ଣରେଖାର ବିପଦ ସଂକେତ ରାଜଘାଟ ନିକଟରେ 10.36 ରହିଛି । ବାଲେଶ୍ଵର ଜିଲ୍ଲାର ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ଲୋକ ପ୍ରଭାବିତ ହୋଇଛନ୍ତି ।"

ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ଲକ୍ଷ 15 ହାଜରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରେମୁଣା ଓ ସଦର ବ୍ଲକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ବ୍ଲକରେ 21 ୟୁନିଟ ଫୋର୍ସ ମୁତୟନ ହୋଇଛନ୍ତି । ଓଡ୍ରାଫର 5ଜଣ, ଏନଡିଆରଏଫ 4, ଅଗ୍ନିଶମର 12 ୟୁନିଟ ମୁତୟନ ହୋଇଛନ୍ତି । ଜଳେଶ୍ବରରେ 4, ବାଲିଆପାଳରେ 6, ଭୋଗରାଇରେ 3, ବସ୍ତାରେ 4, ରେମୁଣାରେ 2 ଓ ସଦର ବ୍ଲକରେ 2 ୟୁନିଟ ବିଭିନ୍ନ ୟୁନିଟ୍‌ ମୁତୟନ ହୋଇଛନ୍ତି । 35ଟି ପାୱାର ବୋଟର ବ୍ୟବସ୍ଥା ହେବା ସହ ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି । 307 ରିଲିଫ କ୍ୟାମ୍ପ, 11ଟି ଡାକ୍ତରୀ ଦଳ, ରାସ୍ତା ଘାଟ ଅବରୋଧ ହଟାଇବା ପାଇଁ 8ଟି ଟିମ ଗଠନ କରାଯାଇଥିବା ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details