ଓଡିଶା

odisha

ETV Bharat / city

ବିମାନବନ୍ଦର ନେଇ ରାଜ୍ୟ ପ୍ରତିନିଧିଙ୍କ ସହ କେନ୍ଦ୍ର ଯୁଗ୍ମ ସଚିବଙ୍କ ଆଲୋଚନା

ଓଡି଼ଶା ଗସ୍ତରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ । ବିଭିନ୍ନ ବିମାନ ଚଳାଚଳ କ୍ଷେତ୍ର ସମ୍ବନ୍ଧରେ କଲେ ଆଲୋଚନା । ଅଧିକ ପଢ଼ନ୍ତୁ...

joint secretary of civil aviation ministry, union joint secretary usha padhi, usha padhi visits odisha, discussion about international airport in puri, international airport in puri, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଯୁଗ୍ମ ସଚିବ ଉଷା ପାଢ଼ୀ, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ
ବିମାନବନ୍ଦର ନେଇ ରାଜ୍ୟ ପ୍ରତିନିଧିଙ୍କ ସହ କେନ୍ଦ୍ର ଯୁଗ୍ମ ସଚିବଙ୍କ ଆଲୋଚନା

By

Published : Jul 3, 2021, 10:52 PM IST

ଭୁବନେଶ୍ବର: ଓଡି଼ଶା ଗସ୍ତରେ ଆସିଛନ୍ତି ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ । ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ଯୁଗ୍ମ ସଚିବ । ଶନିବାର ଭୁବନେଶ୍ବରର ଖାରବେଳ ଭବନରେ ସୂଚନା ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ଆଲୋଚନା କରିଛନ୍ତି ଉଷା ।

ବିମାନବନ୍ଦର ନେଇ ରାଜ୍ୟ ପ୍ରତିନିଧିଙ୍କ ସହ କେନ୍ଦ୍ର ଯୁଗ୍ମ ସଚିବଙ୍କ ଆଲୋଚନା

ରାଜ୍ୟରେ ଚାଲୁରହିଥିବା ବିଭିନ୍ନ ବିମାନ ଚଳାଚଳ କ୍ଷେତ୍ର ସମ୍ବନ୍ଧରେ ଦୀର୍ଘ ସମୟ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି ଆଲୋଚନା କରିଛନ୍ତି । ରାଜ୍ୟରେ ଚାଲିଥିବା ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଏବଂ ପ୍ରଯ୍ୟୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି । ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରୋଡ଼ ମ୍ୟାପ ବାବଦରେ ସଚିବ ଅବଗତ କରିଛନ୍ତି ।

ପୁରୀ, ରାଉରକେଲା, ଭବାନୀପାଟଣା ଏବଂ ଜୟପୁର ବିମାନବନ୍ଦରର ବିକାଶ ବିଷୟରେ ବିସ୍ତ୍ରୁତ ଆଲୋଚନା ହୋଇଛି । ରାଉରକେଲା ଏବଂ ଜୟପୁର ବିମାନବନ୍ଦର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର UDAN ଯୋଜନାରେ ସାମିଲ ହେବା ନେଇ ଦାବି ଉପସ୍ଥାପନ କରାଯିବ । ନୂତନ ବିମାନବନ୍ଦର ଗୁଡ଼ିକ ସହିତ ବାୟୁ ସଂଯୋଗ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହୋଇଛି । UDAN ଯୋଜନା ଅନ୍ତର୍ଗତ ନୂତନ ସଂଯୋଗ ପାଇଁ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଓଡିଶା ସରକାର ମିଳିତ ଭାବରେ ଚୂଡାନ୍ତ ନିଷ୍ପତ୍ତି ନେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details