ଭୁବନେଶ୍ବର: ଗୋଟିଏ ପଟେ କୋଟିଆରେ ଆନ୍ଧ୍ର ପ୍ରଶାସନର ଅବୈଧ ପ୍ରବେଶ ଆଉ ଅନ୍ୟପଟେ ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ଭାଷାର ମାନ୍ୟତା ପ୍ରତ୍ୟାହାର କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
କୋଟିଆ ରେ ସୀମା ବିବାଦ ଉଗ୍ର ରୂପ ଧାରଣ କରୁଛି । ଆନ୍ଧ୍ର ପ୍ରଶାସନ ଧୀରେ ଧୀରେ ଅନୁପ୍ରବେଶ କରି ନିଜର ଅସ୍ତିତ୍ବ ଜାହିର କରୁଛି । ସେପଟେ ପଡୋଶୀ ଝାରଖଣ୍ଡ ସରକାରଙ୍କ ଏକ ପଦକ୍ଷେପ, ଏବେ ରାଜ୍ୟବାସୀଙ୍କ ପାଇଁ ବଡ କଷ୍ଟ ଦାୟକ ହୋଇଛି । କାରଣ ଝାଡଖଣ୍ଡରେ ଓଡିଆ, ବଙ୍ଗଳା ସମେତ ୯ ଟି ଜନଜାତି ଭାଷାକୁ ମିଳିଥିଲା ରାଜ୍ୟଭାଷା ମିଳିଥିଲା । କିନ୍ତୁ ଏବେ ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି । ଯାହାକୁ ନେଇ ସେଠି ରହୁଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ତେବେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ଘଟଣାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତ କହିଛନ୍ତି, 21 ବର୍ଷ ହେଲା ସରକାର ତଥା ନବୀନ ପଟ୍ଟନାୟକ କଣ କରୁଛନ୍ତି । ଚାରି ପଟୁ ପଡୋଶୀ ରାଜ୍ୟ ଘେରିଗଲେଣି । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି । କୋଟିଆର ସ୍କୁଲ, କଲେଜ, ଅଙ୍ଗନୱାଡି, ମେଡିକାଲରେ ତେଲୁଗୁ ପୋଷ୍ଟର ଛାଇ ଗଲାଣି । ଆଉ ଏବେ ଝାଡଖଣ୍ଡ ସରକାର ମଧ୍ୟ ପ୍ରବାସୀ ଓଡିଆଙ୍କୁ ଧକ୍କା ଦେଇଛନ୍ତି ବୋଲି କହିଛନ୍ତି ସୁର ।