ଭୁବନେଶ୍ବର: ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ଏନେଇ ରାଜଭବନ ଡାକ୍ତରଙ୍କ ପକ୍ଷରୁ ଦିଆଯାଇଛି ସୂଚନା ।
ଦ୍ରୌପଦୀ ମୁର୍ମୁଙ୍କୁ କୋରୋନା, ଆରୋଗ୍ୟ କାମନା କଲେ ନବୀନ - ଦ୍ରୌପଦୀ ମୁର୍ମୁ
କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳଙ୍କ କୋରୋନା ପଜିଟିଭ ଖବର ସାମ୍ନାକୁ ଆସିବା ପରେ ଟ୍ବିଟ କରି ତାଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...
ଡାକ୍ତରଙ୍କ ସୂଚନା ଅନୁଯାୟୀ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ RT-PCR ଟେଷ୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ତାଙ୍କ ଠାରେ ସଂକ୍ରମଣର ସାମାନ୍ୟ ଲକ୍ଷଣ ରହିଛି । ତାଙ୍କୁ 2 ଦିନ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯିବ । ଏପ୍ରିଲ 9ରେ ମୁର୍ମୁ କୋରୋନା ସଂକ୍ରମିତ ବ୍ୟକ୍ତଙ୍କ ସଂସ୍ପର୍ଷରେ ଆସିଥିବା କୁହାଯାଉଛି ।
ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ କୋରୋନା ପଜିଟିଭ ଖବର ସାମ୍ନାକୁ ଆସିବା ପରେ ଟ୍ବିଟ କରି ତାଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଝାଡ଼ଖଣ୍ଡର ମାନ୍ୟବର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କୋଭିଡ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଲି । ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି ।