ଭୁବନେଶ୍ବର: ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ବାସ୍ଥ୍ୟସେବା ସ୍ଥିତିକୁ ନେଇ ସୋମବାର ବିଧାନସଭାରେ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି। ତେବେ 5T ସଚିବଙ୍କ ଗସ୍ତ ପରେ ସ୍ଥିତିରେ ଉନ୍ନତି ଆସିଛି । ତେଣୁ 5T ସଚିବ ଆଉ ଥରେ କୋରାପୁଟ ଗସ୍ତ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି ।
ସେପଟେ କୋରାପୁଟ ଜିଲ୍ଲାରେ ଡାକ୍ତର ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାରେ 69ଟି ଡାକ୍ତରଖାନାରେ 338ଟି ଡାକ୍ତର ପଦବୀ ମଧ୍ୟରୁ 190ଟି ପଦବୀ ଖାଲି ପଡ଼ିଛି । ଏହିସବୁ ପଦବୀ ପୂରଣ ପାଇଁ ଚେଷ୍ଟା କରାଯାଉଛି । ଏଥିସହ ନିକଟରେ 2000 ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ଏହାପରେ ଆଉ ରାଜ୍ୟରେ ଡାକ୍ତର ଅଭାବ ରହିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।