ଓଡିଶା

odisha

By

Published : Nov 13, 2020, 6:47 PM IST

Updated : Nov 14, 2020, 5:17 PM IST

ETV Bharat / city

ରାଜଧାନୀରେ ଧନତେରସରେ ଖଚାଖଚ ଭିଡ, ବୋହି ନେଲେ ସୁନା ଗହଣା

କୋରୋନା କଟକଣା ସତ୍ତ୍ବେ ବି ଧନତେରସରେ ପୂର୍ବ ପରି ରାଜଧାନୀର ବିଭିନ୍ନ ଗହଣା ଦୋକାନରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତି ଦୋକାନରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି। ଅଧିକ ପଢନ୍ତୁ..

ରାଜଧାନୀରେ ଧନତେରସରେ ଖଚାଖଚ ଭିଡ, ବୋହି ନେଲେ ସୁନା ଗହଣା
ରାଜଧାନୀରେ ଧନତେରସରେ ଖଚାଖଚ ଭିଡ, ବୋହି ନେଲେ ସୁନା ଗହଣା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଧନତେରସ । ବିଶ୍ବାସ ରହିଛି ଆଜି ଦିନରେ ସୁନା କିଣିଲେ ମା' ଲକ୍ଷ୍ମୀ ଘରକୁ ଆସିଥାନ୍ତି । ସେପଟେ କୋରୋନା କଟକଣା ସତ୍ତ୍ବେ ବି ଧନତେରସରେ ପୂର୍ବ ପରି ରାଜଧାନୀର ବିଭିନ୍ନ ଗହଣା ଦୋକାନରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତି ଦୋକାନରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି। ତେବେ ଏସବୁ ସତ୍ତ୍ବେ ମହିଳାମାନେ ଚୁଡି, କାନଫୁଲ, ଶଙ୍ଖା, ସିନ୍ଥି, ମଙ୍ଗଳସୁତ୍ର ଓ ଚେନ ଲକେଟ ଠୁ ଆରମ୍ଭ କରି ମୁଦି ଓ ରୁପା ପାଉଞ୍ଜି କିଣୁଥିବା ଦେଖିବାକୁ ମିଳିଛି ।

ରାଜଧାନୀରେ ଧନତେରସରେ ଖଚାଖଚ ଭିଡ, ବୋହି ନେଲେ ସୁନା ଗହଣା
ଚାହିଦା ସାଙ୍ଗକୁ ସାମାନ୍ୟ ସୁନାଦର ହ୍ରାସ ଲୋକଙ୍କୁ ଗହଣା ପ୍ରତି ଆକୃଷ୍ଟ କରିଛି । ସୁନା ୧୦ ଗ୍ରାମ ପିଛା ୫୦ ହଜାର ୯୫୦ ଟଙ୍କା ରହିଥିବାବେଳେ ରୁପା ୧୦ ଗ୍ରାମ ପିଛା ୬୫୦ ଟଙ୍କା ରହିଛି । ତେବେ ଲୋକଙ୍କ ରେଂଜ ଅନୁଯାୟୀ ସେମାନଙ୍କ ପସନ୍ଦର ଭେରାଇଟି ସୁନା କିଣିବାକୁ ବେଶ ପସନ୍ଦ କରୁଛନ୍ତି । ତେବେ ଦୁଇଦିନ ପୂର୍ବରୁ ୧୦ ଗ୍ରାମ ପିଛା ୫୨ ହଜାରରୁ ରେଟ ଖସିଛି । ଆଗକୁ ବାହାଘର ସିଜନ ଆସୁଛି । ଲକଡାଉନ ଯୋଗୁଁ କେହିକେହି ଗହଣା କିଣିନଥିବା ବେଳେ କାହାକୁ ଧନତେରାସ ଗହଣା କିଣିବାକୁ ସୁଯୋଗ ଦେଇଛି ।ଲୋକଙ୍କ ଡିମାଣ୍ଡ ଦେଖି ବ୍ୟବସାୟୀ ମଧ୍ୟ ଭଲ ଦି ପଇସା ରୋଜଗାର କରିଛନ୍ତି । କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ହାଇ କଷ୍ଟ ଗହଣା ଅପେକ୍ଷା ମିଡିୟମ କଷ୍ଟ ଗହଣା ଉପରେ ଭଲ ବ୍ୟବସାୟ ହୋଇଛି ।ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ
Last Updated : Nov 14, 2020, 5:17 PM IST

ABOUT THE AUTHOR

...view details