ଓଡିଶା

odisha

ETV Bharat / city

ଆଜିଠୁ ଜେଇଇ ମେନ୍, କୋଭିଡ୍ ନିୟମ କଡାକଡି ପାଳନ - covid guideline strictly followed

ଆଜିଠାରୁ ଜେଇଇ ମେନ୍। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ଆରମ୍ଭ ହୋଇଛି। ନ୍ୟାସନାଲ ଟେଷ୍ଟି ଏଜେନ୍ସି(ଏନଟିଏ) ଦ୍ବାରା ପରିଚାଳିତ ଏହି ପରୀକ୍ଷା କମ୍ପ୍ୟୁଟର୍ ବେସ୍‌ ଟେଷ୍ଟ ମାଧ୍ୟମରେ କରାଯିବ । ଅଧିକ ପଢନ୍ତୁ...

ଆଜିଠୁ ଜେଇଇ ମେନ୍, କୋଭିଡ୍ ନିୟମ କଡାକଡି ପାଳନ
ଆଜିଠୁ ଜେଇଇ ମେନ୍, କୋଭିଡ୍ ନିୟମ କଡାକଡି ପାଳନ

By

Published : Mar 16, 2021, 11:35 AM IST

ଭୁବନେଶ୍ବର: ଆଜିଠୁ ଜେଇଇ ମେନ। ଦେଶର ୩୩୧ଟି ସହରରେ ପରୀକ୍ଷା ହେଉଥିବା ବେଳେ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟ ସ୍ତରରେ NTA ଦ୍ବାରା ପରୀକ୍ଷା ପରିଚାଳିତ ହେଉଛି। କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ ବା CBT ମାଧ୍ୟମରେ ପରୀକ୍ଷା କରାଯାଉଛି। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି।

ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। କରୋନା ଲାଗି ଚଳିତବର୍ଷ ୪ଟି ସେକ୍ସନ୍‌ରେ ପରୀକ୍ଷା ହେଉଛି। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ବିତୀୟ ସିଫ୍ଟ ପରୀକ୍ଷା ହେବ।

ପୂର୍ବାହ୍ନରେ ହେବାକୁ ଥିବା ପରୀକ୍ଷା ଲାଗି ପରୀକ୍ଷାର୍ଥୀ ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ନ ସେକ୍ସନ ଲାଗି ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ। ପରୀକ୍ଷା ଲାଗି ଏଥର ବି କଡ଼ା କଟକଣା ଲାଗୁ ହୋଇଛି।

ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ସମେତ ଯେକୌଣସି ଫଟୋ ପରିଚୟପତ୍ର, ନିଜସ୍ବ ପାଣି ବୋତଲ, ସାନିଟାଇଜର ଆଣିବାକୁ କୁହାଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details