ଭୁବନେଶ୍ବର: ଆଜିଠୁ ଜେଇଇ ମେନର ତୃତୀୟ ସେସନ ଆରମ୍ଭ ହେବାକୁ ଯାଉଛି । ଯାହା ଆଜିଠୁ ଆରମ୍ଭ ହୋଇ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ର ବୃଦ୍ଧି କରାଯାଇଛି । ଜେଇଇ ମୁଖ୍ୟ (ମେନ) ପରୀକ୍ଷା ।
ଜେଇଇ ମେନ ପରୀକ୍ଷା ଦେଉଛନ୍ତି ସାରା ଦେଶରୁ 7 ଲକ୍ଷ 9 ହଜାର 519 ଛାତ୍ରଛାତ୍ରୀ । ସେଥିମଧ୍ୟରୁ ଓଡିଶାରୁ ପ୍ରାୟ 30 ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ପଞ୍ଜିକରଣ କରିଛନ୍ତି । ସେହିଭଳି ପରୀକ୍ଷା ଦେଶର 334ଟି ସହରରେ 828ଟି ପରୀକ୍ଷା କେନ୍ଦ୍ରରେ ହେବ । ପରୀକ୍ଷା ସମୟରେ ଓ ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡ ଲାଇନକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବାକୁ କଡା ନିର୍ଦ୍ଦେଶନାମା ଜାରି ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୋଟିଏ ସିଫ୍ଟରେ ବ୍ୟବହୃତ ହୋଇଥିବା କମ୍ପ୍ୟୁଟର ଦ୍ବିତୀୟ ସିଫ୍ଟରେ ହେବାନାହିଁ। ବିଶୋଧନ ପରେ ଯାଇ ବ୍ୟବହାର କରାଯିବ ।