ଭୁବନେଶ୍ବର: ଆଜିଠାରୁ ଜେଇଇ ମେନ ପରୀକ୍ଷା । ଚଳିତ ବର୍ଷ ସାରା ଦେଶରୁ ପ୍ରାୟ 22 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ଫେବୃଆରୀ ମାସରେ କେବଳ 6ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଚଳିତବର୍ଷ ଠାରୁ 4 ଥର ଜେଇଇ ମେନ ହେବାକୁ ଥିବାବେଳେ ଛାତ୍ରଛାତ୍ରୀ ଚାହିଁଲେ 4ଥର ପରୀକ୍ଷା ଦେଇପାରିବେ । ସେହିପରି ବେଷ୍ଟ ରାଙ୍କ ଆଧାରରେ ନାମଲେଖା ହେବ । ଏହାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ.ଟି.ଏ ପରିଚାଳନା କରୁଛି ।
ଫେବୃଆରୀ, ମାର୍ଚ୍ଚ, ଅପ୍ରେଲ ଓ ମେ ମାସରେ ପରୀକ୍ଷା ହେବ । ପ୍ରଥମ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ 26 ତାରିଖରେ ଶେଷ ହେବ । 4 ଟି ସେସନ ପାଇଁ ଚଳିତ ଥର ସାରା ଦେଶରୁ ମୋଟ 22 ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।