ଓଡିଶା

odisha

ETV Bharat / city

ବୁଧବାର ଭାରତ ବନ୍ଦ, ଦ୍ବନ୍ଦ୍ବରେ ଜେଇଇ ପରୀକ୍ଷାର୍ଥୀ

ମୋଦି ସରକାରଙ୍କ ଶ୍ରମିକ ନୀତି ବିରୋଧରେ ଆସନ୍ତାକାଲି(ବୁଧବାର) ଭାରତ ବନ୍ଦ ଡାକରା ଦିଆଯାଇଛି । ସେପଟେ ଆସନ୍ତାକାଲି ଜେଇଇ ପରୀକ୍ଷା ଥିବାରୁ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢନ୍ତୁ...

JEE aspirants confuse
ବୁଧବାର ଭାରତ ବନ୍ଦ, ଅନିଶ୍ଚିତତାରେ ଜେଇଇ ପରୀକ୍ଷାର୍ଥୀ

By

Published : Jan 7, 2020, 8:23 PM IST

Updated : Jan 7, 2020, 10:06 PM IST

ଭୁବନେଶ୍ବର: ମୋଦି ସରକାରଙ୍କ ଶ୍ରମିକ ନୀତି ବିରୋଧରେ ଆସନ୍ତାକାଲି(ବୁଧବାର) ଭାରତ ବନ୍ଦ ଡାକରା ଦିଆଯାଇଛି । ସେପଟେ ଆସନ୍ତାକାଲି ଜେଇଇ ପରୀକ୍ଷା ଥିବାରୁ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଜାନୁଆରୀ 6ରୁ ଆରମ୍ଭ ହୋଇଥିବା ଜେଇଇ ପରୀକ୍ଷା ଜାନୁଆରୀ 9 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ପିଲାମାନେ ଏବେ ଚିନ୍ତାରେ ପଡିଛନ୍ତି । ଆସନ୍ତାକାଲି ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜାଣିବାକୁ ପାଇ ସେମାନେ ଓ ସେମାନଙ୍କ ଅଭିଭାବକ କଣ କରିବେ ଜାଣିପାରୁନାହାଁନ୍ତି । ଗୋଟିଏ ପଟେ ଭାରତ ବନ୍ଦ, ଅନ୍ୟପଟେ ପରୀକ୍ଷା ଥିବାରୁ ପରୀକ୍ଷାକୁ ଘୁଞ୍ଚାଇବାକୁ ଅଭିଭାବକ ମାନେ କହିଛନ୍ତି ।

ବୁଧବାର ଭାରତ ବନ୍ଦ, ଅନିଶ୍ଚିତତାରେ ଜେଇଇ ପରୀକ୍ଷାର୍ଥୀ

ଭାରତ ବନ୍ଦ ସମୟରେ ବିଶୃଙ୍ଖଳା ସୃଷ୍ଟି ଆଶଙ୍କା ସହ ଗାଡିମୋଟର ବନ୍ଦ ହେବାକୁ ଥିବାରୁ ପରୀକ୍ଷା କେନ୍ଦ୍ରକୁ କିପରି ଛାତ୍ରଛାତ୍ରୀ ମାନେ ଆସିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଭାରତ ବନ୍ଦକୁ ଆଖିରେ ରଖି ଆସନ୍ତାକାଲି ଥିବା ଜେଇଇ ପରୀକ୍ଷାକୁ ଘୁଞ୍ଚାଇବାକୁ ସେମାନେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ବନ୍ଦ ଡାକରା ଦେଇଥିବା ସଙ୍ଗଠନ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଛଡାଯିବ ବୋଲି କହିଛି । ତେବେ ଗାଡି ଚଳାଚଳ ବନ୍ଦ ହେବାକୁ ଥିବାରୁ ପିଲାମାନେ ଯଥା ସମୟରେ ପରୀକ୍ଷା ହଲରେ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jan 7, 2020, 10:06 PM IST

ABOUT THE AUTHOR

...view details