ଓଡିଶା

odisha

ETV Bharat / city

JEE Advanced Exam; ଦୁଇଟି ସିଟିଂରେ ଚାଲିଛି ପରୀକ୍ଷା - ଜେଇଇ ପରୀକ୍ଷା

ଆଜି ଆରମ୍ଭ ହେଲା JEE ଆଡଭାନ୍ସ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଜେଇଇ ଆଡଭାନ୍ସ ପରୀକ୍ଷା
ଆରମ୍ଭ ହେଲା ଜେଇଇ ଆଡଭାନ୍ସ ପରୀକ୍ଷା

By

Published : Oct 3, 2021, 12:59 PM IST

ଭୁବନେଶ୍ବର:ଆଜି ଆରମ୍ଭ ହୋଇଛି ଜେଇଇ ଆଡଭାନ୍ସ ପରୀକ୍ଷା । ଦେଶରେ ଥିବା ବିଭିନ୍ନ ଆଇଆଇଟିରେ ନାମ ଲେଖାଇବା ପାଇଁ ଜେଇଇ ଆଡଭାନ୍ସ ପରୀକ୍ଷା ଚାଲିଛି । ଦୁଇଟି ସିଟିଂରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ସିଟିଂ ସକାଳ 9 ଟାରୁ 12 ଟା ଓ ଦ୍ବିତୀୟ ସିଟିଂ ଅପରାହ୍ନ 2ଟା 30 ରୁ 5ଟା 30 । ଦେଶର ୭୦୦ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ବ୍ୟବସ୍ଥା ହୋଇଛି ।

ଜେଇଇ ମେନରେ ଭଲ ରାଙ୍କ ରଖିଥିବା 2 ଲକ୍ଷ 50 ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ଦେଶରେ 4ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଜେଇଇ ମେନ୍ ପରୀକ୍ଷା । ତେବେ ଏଥର ଆଇଆଇଟି ଖଡଗପୁର ଦ୍ବାରା ଆୟୋଜିତ ହେଉଛି ଜେଇଇ ଆଡଭାନ୍ସ ପରୀକ୍ଷା । ରାଜ୍ୟରେ 7 ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏଥିପାଇଁ 7ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ସେହି ସହରଗୁଡିକ ହେଲା ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ବର, ଜୟପୁର, ସମ୍ବଲପୁର, କଟକ ଓ ରାଉରକେଲା । କୋଭିଡ୍ କଟକଣା ଭିତରେ ପରୀକ୍ଷା ନେଇ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details