ଓଡିଶା

odisha

ETV Bharat / city

ତାରା ନାଚିଲେ, ମଞ୍ଚ ଦୁଲୁକିଲା - ଆରମ୍ଭ ହୋଇଛି ପାର୍ବଣ ଋତୁ

ସେ ରାଜନେତା । ପେଶା ରାଜନୀତି । ନିଶା କଳା । ଆଉ ସୁଯୋଗ ପାଇଲା ମାତ୍ରେ ମଞ୍ଚକୁ ଗରମ କରିବାରେ ମାହିର । ଆସିଥିଲେ ଅତିଥି ହୋଇ ନାଚିଲେ କଳାକାର ଭାବେ...ଦେଖନ୍ତୁ ଭାଲୁ ଭାଇଙ୍କ ଜବରଦସ୍ତ ନାଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Oct 5, 2019, 7:17 PM IST

କୋରାପୁଟ: ଆରମ୍ଭ ହୋଇଛି ପାର୍ବଣ ଋତୁ । ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଶାରଦୀୟ ପୂଜାକୁ ଆହୁରୀ ରଙ୍ଗୀନ କରିବା ପାଇଁ ସବୁଠି ମନୋରଞ୍ଜନର ଆସର । କେଉଁଠି ସଂଗୀତର ତାଳେ ତାଳେ ବିଭୋର ଦର୍ଶକ ତ କେଉଁଠି ମା’ଙ୍କ କଥାବସ୍ତୁକୁ ନେଇ ଭକ୍ତ ଭକ୍ତିରେ ମଗ୍ନ । ଠିକ ଏତିକି ବେଳେ ଜୟପୁର ବାସୀଙ୍କୁ ଧୂମନଚାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କାର୍ଯ୍ୟକ୍ରମରରେ ଅନେକ ପ୍ରତିଷ୍ଠତ କଣ୍ଠଶିଳ୍ପୀ ଯୋଗଦେଇଥିଲେ । ଆଉ କାର୍ଯ୍ୟକ୍ରମକୁ ଅତିଥି ଭାବେ ଆସିଥିଲେ ସ୍ଥାନୀୟ ବିଧାୟକ ତାର ପ୍ରସାଦ ବାହିନୀପତି । ସାଂକୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ବିଧାୟକ ତାରା ମଞ୍ଚକୁ ଉଠି ସମ୍ବଲପୁରୀ ଗୀତର ତାଳେତାଳେ ନାଚିବାକୁ ଲାଗିଲେ । ଯାହାକୁ ନେଇ ଉପସ୍ଥିତ ଥିବା ଲୋକ ଢେର ମଜା ନେଇଥିଲେ ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details