ଭୁବନେଶ୍ବର: ଏକ ନିର୍ଭୀକ ତଥା ଭେଦଭାବହୀନ ସମାଜ ଗଠନ କରିବା ଥିଲା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ସ୍ୱପ୍ନ । ସେହିପରି ସର୍ବକନିଷ୍ଠ ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀ ବାଜିରାଉତ ତାଙ୍କ ଜୀବନକୁ ବାଜି ଲଗାଇ ଶହୀଦ ହୋଇଥିଲେ । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଏହା କହିଛନ୍ତି ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ । ଦୁଇ କର୍ମଯୋଗୀଙ୍କୁ ଯଥାକ୍ରମେ ସମତା ଓ ଉଦ୍ଦାମତାର ପ୍ରତୀକ ଭାବେ ସେ ବର୍ଣ୍ଣନା କରିଛନ୍ତି ।
'ଜୟପ୍ରକାଶ ନାରାୟଣ ସମତା ଓ ଶହୀଦ ବାଜି ରାଉତ ଉଦ୍ଦାମତାର ପ୍ରତୀକ' - baji rout
ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଏହା କହିଛନ୍ତି ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ । ଅଧିକ ପଢନ୍ତୁ...
ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ଅବସରରେ ଆୟୋଜିତ ୱେବିନାର ଉଦ୍ଘାଟକ ଭାବେ ଉପସ୍ଥିତ ଥିଲେ ଉପବାଚସ୍ପତି । ସେ କହିଛନ୍ତି ଯେ, ଲୋକନାୟକ ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତିର ପ୍ରବର୍ତ୍ତକ ତଥା ସ୍ୱାଧୀନୋତ୍ତର ସମୟରେ ଗଣତନ୍ତ୍ରର ଉପଯୁକ୍ତ ପରିପ୍ରକାଶ ଏବଂ ଛାତ୍ରଛାତ୍ରୀମାନେ ଶହୀଦ ବାଜିରାଉତଙ୍କ ପରି ନିର୍ଭୀକଚିତ୍ତ ହେବାକୁ ପରାମର୍ଶ ଦେଇଛନ୍ତି । ଶିକ୍ଷା ଓ ଶିକ୍ଷକ ଏବଂ ଉତ୍ତରପିଢ଼ି ବାଜିରାଉତଙ୍କ ଉଦ୍ଦାମ ଦେଶପ୍ରେମରୁ ଆଦର୍ଶ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଉପବାଚସ୍ପତି ।
ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବକ୍ତବ୍ୟରେ କହିଛନ୍ତି ଯେ, ଲୋକନାୟକ ଜୟପ୍ରକାଶ ସମାଜବାଦର ପ୍ରତିଷ୍ଠା ନିମନ୍ତେ ସର୍ବଦା ଉଦ୍ୟମ କରିଥିଲେ । ଏହା ସହ ବିନୋବା ଭାବେଙ୍କ ପ୍ରବର୍ତ୍ତିତ ସର୍ବୋଦୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଭୂଦାନ ମାଧ୍ୟମରେ ଭୂମିହୀନଙ୍କ ଆର୍ଥିକ ଉନ୍ନତି ପାଇଁ ସେ ଚେଷ୍ଟିତ ଥିଲେ । ୧୯୭୫ ମସିହାରେ ଯେତେବେଳେ ବ୍ୟକ୍ତି ସ୍ୱାଧୀନତା ସଂକୁଚିତ ହେଲା, ତାହା ଜୟପ୍ରକାଶଙ୍କୁ କ୍ଷୁବ୍ଧ କରିଥିଲା । ସେ ଆଜୀବନ କୌଣସି ପଦପଦବୀ ପାଇଁ ଲାଳାୟିତ ନଥିଲେ । ସେହିଭଳି ୧୨ ବର୍ଷର ବାଳକ ବାଜିରାଉତଙ୍କ ଦୁଃସାହସିକ କାହାଣୀ ଆଜି ବି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଯୁବକ ସମସ୍ତଙ୍କର ପ୍ରେରଣା ହୋଇରହିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ