ଭୁବନେଶ୍ବର: କଥାରେ ଅଛି ମନୋବଳ ଯଦି ସାଥ ଦିଏ ତେବେ ଜହ୍ନରେ ଘର କରିବା ବି ସମ୍ଭବ । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ନିଜର ଅତ୍ୟାଧୁନିକ ବୁଦ୍ଧି କୌଶଳ ଖଟାଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖୁଛନ୍ତି ଭିଏସଏସ ନଗର ନିବାସୀ ଜୟକୃଷ୍ଣ ରଥ । ତେବେ କିଭଳି ସେ ପରିବେଶକୁ ନିଜସ୍ବ ଉଦ୍ୟମରେ ରକ୍ଷା କରୁଛନ୍ତି ଚାଲନ୍ତୁ ଜାଣିବା...
ସ୍ମାର୍ଟ ସିଟି ଭୁବନେଶ୍ବର । ସକାଳ ନହେଉଣୁ, ମନରେ ଟେନସନ । କେତେବେଳେ ଅଳିଆ ବାଲା ଆସିଲେ ଘରର ଅଳିଆ ତାକୁ ଦେବା । ହେଲେ ଆମେ ଆଜି ଏମିତି ଜଣେ ମଣିଷଙ୍କ କଥା କହିବୁ, ଯିଏ କେବେ ଅଳିଆ ଫୋପାଡନ୍ତି ନାହିଁ । ଘରେ ବସାଇଥିବା ବାୟୋଗ୍ୟାସ ପ୍ଲାଣ୍ଟ ଦ୍ବାରା କମ୍ପୋଷ୍ଟ କରନ୍ତି । ଆଉ ତାକୁ ବିନିଯୋଗ କରି ବାଡିରେ ଫଳାଇଛନ୍ତି ସତେଜ ପନିପରିବା । କେବଳ ପନିପରିବା ନୁହେଁ କମ୍ପୋଷ୍ଟକୁ ବ୍ୟବହାର କରି ସୁଗନ୍ଧିତ ଫୁଲକୁ ଫୁଟାଇବାକୁ ମଧ୍ୟ କରିଛନ୍ତି ଏକ ସ୍ବାଗତଯୋଗ୍ୟ ପ୍ରୟାସ ।