ଭୁବନେଶ୍ବର: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ମିଳିଲା ହତ୍ୟା ଧମକ । ଏହାକୁ ନେଇ ସେ ଖୋଦ୍ ଫେସ୍ବୁକ୍ରେ ସେୟାର କରିଛନ୍ତି । ସବୁବେଳେ ବିବାଦରେ ରହି ଆସୁଥିବା ଏହି ଯାତ୍ରା ଅଭିନେତ୍ରୀଙ୍କ ଏଭଳି ପୋଷ୍ଟ ପରେ ଏବେ ପୁଣି ଚର୍ଚ୍ଚାରେ । ରାଣୀ ପଣ୍ଡା ଫେସବୁକ୍ ପୋଷ୍ଟ କରି ଲେଖିଛନ୍ତି ଯେ, "ରାଣୀ ପଣ୍ଡାକୁ କୌଣସି ମୂହୁର୍ତ୍ତରେ ହତ୍ୟା କରାଯାଇ ପାରେ । କେଉଁ ବ୍ୟକ୍ତିଗତ କାରଣରୁ ମୋତେ ହତ୍ୟା କରିବାକୁ ଚେଷ୍ଟା କରାଯାଉଛି ତାହା ମୁଁ ଏକ ନୋଟ୍ରେ ଲେଖି ଦେଇଛି । ଏବେ କିଛି ଅଧିକ କହି ହେବ ନାହିଁ ।
କିଛି ରାଜନୈତିକ ଲୋକେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ମୁଁ କୌଣସି ମତେ ଖବର ପାଇଲି । ମୁଁ ସେମାନଙ୍କ ଠିକଣା ଦେବି । କୌଣସି ମୁହୂର୍ତ୍ତରେ ମୋ ଉପରକୁ ଫାୟରିଂ ହୋଇ ପାରେ । ମୁଁ ମଲା ପରେ ପୋଲିସ ତଦନ୍ତ ହେଲେ ସବୁକଥା ଜାଣି ପାରିବେ ରାଜ୍ୟବାସୀ ।"