ଓଡିଶା

odisha

ETV Bharat / city

କଟାମୁଣ୍ଡ ଫଣ୍ଡା ଆପଣାଇବ ପୋଲିସ, ସ୍କେଚ ଜରିଆରେ ଖୋଜିବ ପରିଚୟ - କାରଭିତର କଙ୍କାଳ ଜବତ ଘଟଣା

ଜାଁଳା କଙ୍କାଳ ଜବତ ଘଟଣା । ପରିଚୟ ଖୋଜିବାକୁ କଟାମୁଣ୍ଡ କେସର ଫଣ୍ଡା । ଏଥର ବଡିର ଗଣ୍ଡି ନୁହେଁ କଙ୍କାଳର ସ୍କେଚ ଜରିଆରେ ପରିଚୟ ଖୋଜିବ ପୋଲିସ । ଅଧିକ ପଢନ୍ତୁ...

Janla Skeliton Case reconstruction skech will help police to identify body
କଟା ମୁଣ୍ଡ ଫଣ୍ଡା ଆପଣାଇବ ପୋଲିସ, ସ୍କେଚ ଜରିଆରେ ପରିଚୟ ଖୋଜାଯିବ

By

Published : Mar 16, 2021, 8:08 PM IST

ଭୁବନେଶ୍ବର:ଜାଁଳା କଙ୍କାଳ ଜବତ ଘଟଣା । କଟାମୁଣ୍ଡ ଫଣ୍ଡା ଆପଣାଇବ ପୋଲିସ । ସ୍କେଚ ଜରିଆରେ ପରିଚୟ ଖୋଜିବ ପୋଲିସ ।

କଟା ମୁଣ୍ଡ ଫଣ୍ଡା ଆପଣାଇବ ପୋଲିସ, ସ୍କେଚ ଜରିଆରେ ପରିଚୟ ଖୋଜାଯିବ

ପରିଚୟ ଖୋଜିବାକୁ କଟା ମୁଣ୍ଡ କେସର ଫଣ୍ଡା । ଏଥର ବଡିର ଗଣ୍ଡି ନୁହେଁ କଙ୍କାଳର ସ୍କେଚ ଜରିଆରେ ପରିଚୟ ଖୋଜିବ ପୋଲିସ । ଏନେଇ ରିକନଷ୍ଟ୍ରକସନ ସ୍କେଚକୁ ଅପେକ୍ଷା କରିଥିଲା ପୋଲିସ । ଦୁଇ ଦିନ ଭିତରେ କଙ୍କାଳର ଏକ ନକଲ ପରି ମଣିଷ ଚିତ୍ର ବା କଙ୍କାଳରୁ ସ୍କେଚ ଜରିଆରେ କିପରି ଦିଶୁଥିବ ସେହିପରି ଏକ ଚିତ୍ର ଜରିଆରେ ପରିଚୟ ଖୋଜିବ ପୋଲିସ । ଏନେଇ ଆଖପାଖ ଅଞ୍ଚଳରେ ପଚରାଉଚରା କରାଯିବ । ଏପରିକି ଜାଆଁଳା ନିକଟବର୍ତ୍ତୀ ରହୁଥିବା ରିହାବିଲିଟେସନ ସେଣ୍ଟର ଆଶ୍ରୟ ସ୍ଥଳ ଏସବୁ ନିକଟରେ ମଧ୍ୟ ପଚରାଉଚରା କରାଯିବ । ତେବେ କଟାମୁଣ୍ଡ କେସରେ ଯେପରି ମହିଳାଙ୍କର ପରିଚୟ ଖୋଜିବାକୁ ପୋଷ୍ଟର ଜାରି କରାଯାଇଥିଲା ସେହିପରି ଏହି କେସର ମହିଳାଙ୍କର ପରିଚୟ ଜାଣିବାକୁ ପୋଲିସ ପ୍ରୟାସ ଜାରି କରିବ । ଏନେଇ ବିଭିନ୍ନ ଦିଗକୁ ନେଇ ତର୍ଜମା କରି ପ୍ରୟାସ ଜାରି ରହିଛି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଅନ୍ୟପଟେ ତଦନ୍ତ ଦାୟିତ୍ବ ନେଇଥିବା ମହିଳା ଥାନା ଅଧିକାରିଣୀ ଏହି ଘଟଣାର ନିଲମ୍ବିତ ଆଇଆଇସି ଓ ଜଟଣୀ ଥାନାର ଥାନାଧୀକାରିଙ୍କ ବୟାନ ରେକର୍ଡ କରିଛନ୍ତି । କିପରି ଓ କେଉଁ ଅବସ୍ଥାରେ କଙ୍କାଳ ମିଳିବା ଘଟଣା ଜାଣିବାକୁ ପାଇଥିଲେ । ଗାଡିଟି କାହାର କେତେଦିନ ଧରି କାହା ଅବଗତରେ ରଖାଯାଇଥିଲା ସେସମସ୍ତ ଦିଗକୁ ନେଇ ଟିକନିକ ତଥ୍ୟ ସଂଗ୍ରହ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details