ଓଡିଶା

odisha

By

Published : Oct 28, 2019, 5:41 PM IST

ETV Bharat / city

'ମହିଳା କମିଶନ ଅଧ୍ୟକ୍ଷା ଦିଅନ୍ତୁ ଇସ୍ତଫା'

ଥମିବାର ନାଁ ନେଉଛି ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା । ମହିଳା କମିଶନ ମୃତକଙ୍କ ପରିବାରଙ୍କ ସହ ସାକ୍ଷାତ ନକରି କିଭଳି ତଦନ୍ତକୁ ସାରିଦେଲେ ସେନେଇ ପ୍ରଶ୍ନ କରିଛି ବିଜେପି । ଯାହାକୁ ନେଇ ବିଜେପି ଅସନ୍ତୋଷ ଜାହିର କରିବା ସହ ଇସ୍ତଫା ଦାବି କରିଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଥମିବାର ନାଁ ନେଉଛି ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା । ମହିଳା କମିଶନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଅଧ୍ୟକ୍ଷା ମିନତୀ ବେହେରାଙ୍କ ଇସ୍ତଫା ଦାବି ଓ ତଦନ୍ତ ବାଟବଣା କରାଯାଉଥିବା ଅଭିଯୋଗ ଆଣିଛି ବିଜେପି ।

ପାର୍ଟି କାର୍ଯ୍ୟାଳୟରୁ ଶତାଧିକ ମହିଳା କର୍ମୀ ମହିଳା କମିଶନଙ୍କ କାର୍ଯ୍ୟାଳୟ ଦୀର୍ଘ ସମୟ ଧରି ଘେରାଉ କରିଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଧୀରେ ଧୀରେ ରାଜନୀତି ଜୋର ଧରିବାରେ ଲାଗିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣାରେ ମୃତକଙ୍କ ପ୍ରତି ଏସପିଙ୍କ ଅପମାନଜନଙ୍କ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ବିରୋଧ କରାଯାଇଥିବା ନେଇ ଏବେ କିନ୍ତୁ ଏହି ଘଟଣାରେ ଏକ ଭିନ୍ନ ମୋଡ ନେଇଛି। ମହିଳା କମିଶନ ମୃତକଙ୍କ ପରିବାରଙ୍କ ସହ ସାକ୍ଷାତ ନକରି କିଭଳି ତଦନ୍ତକୁ ସାରିଦେଲେ ସେନେଇ ପ୍ରଶ୍ନ କରିଛି ବିଜେପି।

ଏସପି ମୃତକଙ୍କ ଚରିତ୍ରକୁ ଆକ୍ଷେପ କରିବା ଓ ମହିଳା କମିଶନ ଠିକ ଭାବରେ ତଦନ୍ତ ନ କରିବା ଘଟଣାକୁ ନେଇ ଏହା ଏକ ଷଡଯନ୍ତ୍ର ବୋଲି କହିଛି ବିଜେପି । ତଦନ୍ତର ବାଟବଣା କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି।

ଅନ୍ୟପଟେ ମହିଳା କମିଶନ ଅଧ୍ୟକ୍ଷା ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଯେ ତଦନ୍ତ ସରିନାହିଁ । ଯଦି କୌଣସି ପ୍ରକାରର ଆବଶ୍ୟକତା ପଡ଼େ ତେବେ ଆଉ ଥରେ ତଦନ୍ତ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details