ଓଡିଶା

odisha

ETV Bharat / city

ଇଟିଭି ଭାରତ ମହାପ୍ରଭାବ; ଜେଲ ଭିତରକୁ ମାଦକ ଦ୍ରବ୍ଯ ପ୍ରବେଶରେ ଲାଗିଲା ଅଙ୍କୁଶ - ଜେଲ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଛି ଜେଲ ପ୍ରଶାସନ । ଜେଲ ଭିତରକୁ ପ୍ରବେଶ ହେଉଥିବା ମାଦକ ଦ୍ରବ୍ଯ ସହ ମୋବାଇଲ ପ୍ରବେଶ ଉପରେ ଲଗାଇଛି କଡ଼ା ଅଙ୍କୁଶ । ଅଧିକ ପଢନ୍ତୁ..

ଇଟିଭି ଭାରତ ମହାପ୍ରଭାବ; ଜେଲ ଭିତରକୁ ମାଦକ ଦ୍ରବ୍ଯ ପ୍ରବେଶ ଉପରେ ଲାଗିଲା ଅଙ୍କୁଶ
ଇଟିଭି ଭାରତ ମହାପ୍ରଭାବ; ଜେଲ ଭିତରକୁ ମାଦକ ଦ୍ରବ୍ଯ ପ୍ରବେଶ ଉପରେ ଲାଗିଲା ଅଙ୍କୁଶ

By

Published : Jul 31, 2020, 4:23 PM IST

ଭୁବନେଶ୍ବର: ଖବର ପ୍ରସାରଣ ପରେ ଚେତିଲା ଜେଲ ପ୍ରଶାସନ। ଜେଲ ନିର୍ଦେଶାଳୟ ପକ୍ଷରୁ ଜାରି ହେଲା ଗାଇଡ ଲାଇନ । ଜେଲ ଭିତରକୁ ପ୍ରବେଶ ହେଉଥିବା ମାଦକ ଦ୍ରବ୍ଯ ସହ ମୋବାଇଲ ପ୍ରବେଶ ଉପରେ ଲାଗିବ ଅଙ୍କୁଶ । ଏନେଇ କଡା ଆଡଭାଇଜାରୀ ଜାରି କରିଛି ଜେଲ ପ୍ରଶାସନ । ସମସ୍ତ ଜେଲର ସୁପରିଟେଣ୍ଡ ଓ ୱାର୍ଡରଙ୍କୁ କଡା ନିର୍ଦେଶ ଜାରି କରିଛି ଜେଲ ବିଭାଗ । ଏନେଇ ନିତିମତ ବ୍ଯବଧାନ ମଧ୍ଯରେ ଜେଲରେ ଜାରି ହେବ ସର୍ଚ ଅପରେସନ। ଜେଲ କର୍ମଚାରୀଙ୍କ ଦ୍ବାରା ଯେପରି କୌଣସି ନିଶେଦ୍ଧ ଦ୍ରବ୍ଯ ନମିଳେ ତତସହ ଜେଲ ଭିତରକୁ ପ୍ରବେଶ ପୁର୍ବରୁ ଚେକ ପାଇଁ ରହିଛି କଡା ନିର୍ଦେଶ ।

ଇଟିଭି ଭାରତ ମହାପ୍ରଭାବ; ଜେଲ ଭିତରକୁ ମାଦକ ଦ୍ରବ୍ଯ ପ୍ରବେଶ ଉପରେ ଲାଗିଲା ଅଙ୍କୁଶ

ସେହିପରି ଜେଲ କର୍ମଚାରୀଙ୍କୁ ମଧ୍ଯ ପ୍ରବେଶ ବେଳେ ଉପରିସ୍ଥ ଅଧିକାରୀ କରିବେ ଯାଞ୍ଚ । ଏହା ସହ ରେଜିଷ୍ଟର ମେଣ୍ଟନ ପାଇଁ ରହିଛି ନିର୍ଦେଶ । ଜେଲ ବାହାରକୁ ବା ପ୍ରବେଶ ବେଳେ ମଧ୍ଯ କଏଦୀଙ୍କୁ ଗେଟ ପାଖରେ ଚେକ କରାଯିବ ।
ଜେଲର କାନ୍ଥ ଦେଇ ବାହାରୁ ଭିତରକୁ ଫୋପାଡାଯାଉଥିବା ମୋବାଇଲ ଫୋନ ଉପରେ ନଜର ରହିବ। ଏପରି ଜେଲ କାନ୍ଥ ନିକଟରେ ୨ ସିଫ୍ଟରେ ଗାର୍ଡ ଜଗିବାକୁ ନିର୍ଦେଶ ରହିଛି । ଡ୍ଯୁଟି ସମୟରେ ଆଲର୍ଟ ରହିବେ ଜେଲ କର୍ମଚାରୀ।

ସୁପରିଟେଣ୍ଡ ମାନେ ଜେଲର ସିସିଟିଭି ତଦାରଖ କରିବେ ଏବଂ କାମ ନଥିଲେ ମରାମତି କରିବେ।

ଜେଲ ସୁପରିଟେଣ୍ଡ ଓ ଜେଲ କର୍ମଚାରୀ ଓ ୱାଡନ ମଧ୍ଯ ଜେଲ ଭିତରକୁ ପ୍ରବେଶ ହେଉଥିବା ଦ୍ରବ୍ୟ ଉପରେ ନଜର ରଖିବାକୁ ଆଲର୍ଟ ରହିବେ। ସକାଳ ୬ ଟାରୁ ଜେଲ ଲକ ହେବା ପର୍ଯ୍ୟନ୍ତ କଡା ଆଲର୍ଚ ଜେଲ ପରିଚାଳନାରେ କେହି ନିୟମ ଉଲଙ୍ଘନ କଲେ ନିଆଯିବ କଡା କାର୍ଯାନୁଷ୍ଠାନ । କୌଣସି ଜେଲ କର୍ତ୍ତୃପକ୍ଷ ଟଙ୍କା, ମୋବାଇଲ ଫୋନ ବା ଅନ୍ଯାନ୍ଯ ଜିନିଷ ଜେଲ ଭିତରକୁ ବା ବାହାରେ ପରିବହନ କରିବେ ନାହିଁ ଏନେଇ ନିର୍ଦଶନାମାକୁ ସମସ୍ତ ଜେଲ କତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ତେବେ ଗତ ୧୭ ତାରିଖରେ ଜେଲ ଭିତରର କିଛି ଭାଇରାଲ ଭିଡିଓ ନେଇ ଖବର ପ୍ରସାରଣ କରିଥିଲା ଇଟିଭି ଭାରତ । ଯାହାକୁ ନେଇ ଚେତିଛି ଜେଲ ପ୍ରଶାସନ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details