ଓଡିଶା

odisha

ETV Bharat / city

ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଦାବି କଲା କଂଗ୍ରେସ - narsingh mishra press meet on yes bank

ମହାପ୍ରଭୁ ଜଗନ୍ନାଥଙ୍କ ୟେସ୍ ବ୍ୟାଙ୍କରେ ଥିବା ଜମା ଟଙ୍କାକୁ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କାକୁ କିଏ ରଖିଥିଲା ସେ ନେଇ ସରକାର ଉତ୍ତର ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଦାବି କଲା କଂଗ୍ରେସ
ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଦାବି କଲା କଂଗ୍ରେସ

By

Published : Mar 7, 2020, 11:01 PM IST

ଭୁବନେଶ୍ବର: ୟେସ ବ୍ୟାଙ୍କର ଆର୍ଥିକ ସଙ୍କଟକୁ ନେଇ ସାରା ଦେଶରେ ଚର୍ଚ୍ଚା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଗଛିତ ଅଛି । ମହାପ୍ରଭୁ ଜଗନ୍ନାଥଙ୍କ ୟେସ୍ ବ୍ୟାଙ୍କରେ ଥିବା ଜମା ଟଙ୍କାକୁ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛନ୍ତି ।

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଦାବି କଲା କଂଗ୍ରେସ

ସରକାର ଜଗନ୍ନାଥ ମନ୍ଦିର ପ୍ରତି ଚରମ ଅବହେଳା କରିଥିବା କଂଗ୍ରେସ ଅଭିଯୋଗ ଆଣିଛି । ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଜମା ଟଙ୍କା ଉଠାଣକୁ ନେଇ ସଙ୍କଟ ଦେଖା ଦେଇଥିବା ବେଳେ ଶନିବାର ରାଜଧାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କାକୁ କିଏ ରଖିଥିଲା ସେ ନେଇ ସରକାର କୌଣସି ସ୍ପଷ୍ଟକ୍ତି ଦେଇ ନାହାଁନ୍ତି ବୋଲି ସେ କହିଛନ୍ତି ।

ନରସିଂହ ମିଶ୍ର କହିଛନ୍ତି ଯେ ସାରା ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି । ୟେସ୍ ବ୍ୟାଙ୍କ ଦେବାଳିଆ ହେଲାଣି । ଜମାକାରୀ ସର୍ବାଧିକ ୫୦ ହଜାର ଟଙ୍କା ଉଠାଣ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଛନ୍ତି । ସରକାରୀ ଅର୍ଥ ଏବଂ ପୁରୀ ଶ୍ରୀମନ୍ଦିର ଅର୍ଥ ସରକାରୀ ବ୍ୟାଙ୍କରେ ରଖିବାର ନିୟମ ରହିଛି, କିନ୍ତୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଗଛିତ ଅଛି । ଏହାକୁ କିଏ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମିଶ୍ର । ଏଯାବତ ମୁଖ୍ୟମନ୍ତ୍ରୀ କୌଣସି ସ୍ପଷ୍ଟୀକରଣ ରଖିନଥିବା ବେଳେ ଏହା ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି । ଲୋକଙ୍କ ମନରେ ସନ୍ଦେହ ଉପୁଜିଲାଣି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ନରସିଂହ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details