ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ତାଙ୍କ ମରଶରୀର ଶୋଭାଯାତ୍ରା ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିବା କୋଭିଡ ସଂକ୍ରମିତ ମନ୍ତ୍ରୀଙ୍କ ନାଁରେ ଖାରବେଳେନଗର ଥାନାରେ ଏତଲା ଦେଲା ପୁରୀର ଜଗନ୍ନାଥ ସେନା ।
ଉଭୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସମୀର ଦାଶ ଏବଂ ବିଧାୟକ ଉମା ସାମନ୍ତରାୟ କୋରୋନା ପଜିଟିଭ ଥାଇ ଏହି ଶେଷକୃତ୍ୟରେ ସାମିଲ ହୋଇ ଥିଲେ । ଯାହାକି ସରକାରଙ୍କ କୋଭିଡ ନିୟମର ଖୋଲା ଉଲ୍ଲଙ୍ଘନ । ଏହା ଦ୍ବାରା ସେମାନେ ଅନ୍ୟମାନଙ୍କୁ କୋଭିଡ ସଂକ୍ରମଣ ହେବାରେ ବାହକ ହୋଇଛନ୍ତି ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।