ଓଡିଶା

odisha

By

Published : Jun 22, 2020, 8:51 PM IST

ETV Bharat / city

ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ ଜଗନ୍ନାଥପ୍ରେମୀ

ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକରେ ଏକତ୍ରିତ ହେବା ସହ ଦ୍ବୀପ ଜାଳି ରାୟକୁ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ...

ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ ଜଗନ୍ନାଥପ୍ରେମୀ
ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ ଜଗନ୍ନାଥପ୍ରେମୀ

ଭୁବନେଶ୍ବର: ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକରେ ଏକତ୍ରିତ ହେବା ସହ ଦ୍ବୀପ ଜାଳି ରାୟକୁ ସମର୍ଥନ କରିଛନ୍ତି ।

ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ ଜଗନ୍ନାଥପ୍ରେମୀ

ରଥଯାତ୍ରାକୁ ନେଇ ଅନିଶ୍ଚିତତା ଭଳି ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା କେବଳ ରାଜ୍ୟ ସରକାରଙ୍କ କିଛି ଭୁଲ ନିଷ୍ପତ୍ତି ପାଇଁ ହେଲା ବୋଲି ଜଗନ୍ନାଥପ୍ରେମୀ କହିଛନ୍ତି । ଆଉ କିଛି ବ୍ୟକ୍ତି ଭଗବାନଙ୍କ ପରମ୍ପରାରେ ରୋକ ଲଗାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ଯାହା ନିଷ୍ଫଳ ହୋଇଛି, ଭକ୍ତଙ୍କୁ ଦର୍ଶନ ଦେବାକୁ ସେ ରଥରେ ବିଜେ କରିବେ ବୋଲି କହିଛନ୍ତି। ଏହା ସହ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ବୋଲି ଆଶା କରିଛନ୍ତି।

ସୂଚନାଯୋଗ୍ୟ, ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। କୋରୋନା ସମୟରେ କିଛି ଲୋକ ଏହାକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଏପରିକି ସୁପ୍ରିମକୋର୍ଟ ମଧ୍ୟ ଏହାକୁ ସ୍ଥଗିତ ରଖିବାକୁ ରାୟ ପ୍ରଦାନ କରିଥିଲେ। କିନ୍ତୁ ଏହି ରାୟର ପୁନଃବିଚାର କରିବା ପାଇଁ ପିଟିସନ ଦାଖଲ ହେବା ପରେ ଆଜି ତାହାର ରାୟ ଆସିଛି। କଟକଣା ମଧ୍ୟରେ କରିବା ପାଇଁ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details