ଭୁବନେଶ୍ବର: ପ୍ଲାଷ୍ଟିକ ଆବର୍ଜନାରୁ ତିଆରି ହେଉଛି ମନଲୋଭା ଜିନିଷ । ଅଦରକାରୀ ପ୍ଲାଷ୍ଟିକରୁ ଟର୍ଚ୍ଚ, ଚା କପ, ଛୋଟ ପଙ୍ଖା ଭଳି ନାନାଦି ଉପକରଣ ତିଆରି କରୁଛନ୍ତି ଭୁବନେଶ୍ବର ସରକାରୀ ଆଇଟିଆଇର କଲେଜର ଛାତ୍ରଛାତ୍ରୀ । ପ୍ଲାଷ୍ଟିକ ବୋତଲଠୁ ନେଇ ଭଙ୍ଗା ହେଲମେଟ ଖୋଳ ପର୍ଯ୍ୟନ୍ତ ସବୁଥିରେ କିଛି ନା କିଛି ଘର ସଜ୍ଜା ଉପକରଣ ତିଆରି କରୁଛନ୍ତି ଏମାନେ ।
ସେହିଭଳି ପ୍ଲାଷ୍ଟିକ ଚାମଚରୁ ଫୁଲଦାନୀ, ପେନଷ୍ଟାଣ୍ଡ ସହିତ ପାଉଡର ଡବାରୁ ଭେକ୍ୟୁମ କ୍ଲିନର ଓ ଟର୍ଚ୍ଚ ଲାଇଟ ତିଆରି କରିଛନ୍ତି ଏହି ଛାତ୍ରଛାତ୍ରୀ । ଏଥିପାଇଁ ସେମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବି ସମର୍ଥନ ମିଳୁଛି।