ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୋଲସରାରେ ଖୋଲିବ ସରକାରୀ ITI - ପୋଲସରା ITI ପ୍ରସ୍ତାବ ଅନୁମୋଦନ

ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ITI ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି(ITI college to open in Polasara) । ଏ ନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୋଲସରାରେ ଖୋଲିବ ସରକାରୀ ITI
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୋଲସରାରେ ଖୋଲିବ ସରକାରୀ ITI

By

Published : Aug 30, 2022, 10:45 PM IST

ଭୁବନେଶ୍ବର:ରାଜ୍ୟ ସରକାର ବୈଷୟିକ ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି(ITI college to open in Polasara) । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ITI ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ପର୍ଯ୍ୟାୟ କ୍ରମେ ନିର୍ମାଣ ହେଉଛି ତାଲିମ ଅନୁଷ୍ଠାନ । ପୋଲସରାରେ ସରକାରୀ ITI ଖୋଲିବା ଫଳରେ ଗଞ୍ଜାମ ଜିଲ୍ଲାରେ ITI କଲେଜ ସଂଖ୍ୟା ୬ରେ ପହଞ୍ଚିବ । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏଁ ସରକାରୀ ITI କାର୍ଯ୍ୟ କରୁଛି । ପୋଲସରାରେ ସରକାରୀ ITI ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବି ପୂରଣ ହୋଇପାରିଛି ।

ଚଳିତ ମାସ ପ୍ରଥମ ସପ୍ତାହରେ ପାଟଣାଗଡ ଓ କୁଚିଣ୍ଡାରେ ସରକାରୀ ITI ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୨୫୧ଟି ବ୍ଲକ୍‌ର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ରହିଛି । Make in Odisha କାର୍ଯ୍ୟକ୍ରମ ଜରିଆରେ ଯୁବକଯୁବତୀମାନେ ବିଭିନ୍ନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ମାନଙ୍କରେ ତାଲିମ ନେଇ ନିଜର ଦକ୍ଷତା ଦ୍ବାରା ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ଭୁବନେଶ୍ବରରେ ପ୍ରତିଷ୍ଠିତ World Skill Centre ଯୁବ ସମାଜ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି ।

ABOUT THE AUTHOR

...view details