ଓଡିଶା

odisha

By

Published : Oct 30, 2021, 7:14 AM IST

ETV Bharat / city

ଟୟ ଟ୍ରେନ ଚାଲିବାକୁ ଆହୁରି ୭ ଦିନ ଲାଗିବ

ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଆକର୍ଷଣ କେନ୍ଦ୍ର ପାଲଟିଥିବା ନନ୍ଦନକାନନର ଶିଶୁ ରେଳଗାଡି ଏବେ ଅଚଳ ହୋଇ ପଡ଼ିଛି । ଆରମ୍ଭ ହେବାର କେଇ ଘଣ୍ଟା ମଧ୍ୟରେ ହିଁ ଏହି ଆକର୍ଷଣ ହୋଇଯାଇଥିଲା ଅଚଳ । ଅଧିକ ପଢ଼ନ୍ତୁ...

ଟୟ ଟ୍ରେନ ଚାଲିବାକୁ ଆହୁରି ୭ ଦିନ ଲାଗିବ
ଟୟ ଟ୍ରେନ ଚାଲିବାକୁ ଆହୁରି ୭ ଦିନ ଲାଗିବ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଆକର୍ଷଣ କେନ୍ଦ୍ର ପାଲଟିଥିବା ନନ୍ଦନକାନନର ଶିଶୁ ରେଳଗାଡି ଏବେ ଅଚଳ ହୋଇ ପଡ଼ିଛି । ଆରମ୍ଭ ହେବାର କେଇ ଘଣ୍ଟା ମଧ୍ୟରେ ହିଁ ଏହି ଆକର୍ଷଣ ହୋଇଯାଇଥିଲା ଅଚଳ । ଆଗକୁ ଏହା ଚାଲିବ କି ନାହିଁ ତାହାକୁ ନେଇ ଏବେ ଦ୍ଵନ୍ଦ ଦେଖାଦେଇଛି । ଏହାକୁ ଠିକ୍‌ କରିବାକୁ ଆହୁରି ଏକ ସପ୍ତାହ ଲାଗିବ ବୋଲି ସୂଚନା ମିଳିଛି ।

ଟୟ ଟ୍ରେନ୍‌ କେବେ ଠିକ ହେବ ଏବଂ କେବେ ପର୍ଯ୍ୟଟକମାନେ ଏହାର ମଜା ନେବେ ତାହା ସ୍ୱପ୍ନ ପାଲଟିଛି । ସର୍ଟସର୍କିଟ ଯୋଗୁଁ ଏହି ଟୟ ଟ୍ରେନ ଅଚଳ ହୋଇ ପଡ଼ିଥିଲା । ଏହାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠିକ୍‌ ହୋଇପାରିଲା ନାହିଁ ।

ଟୟ ଟ୍ରେନ ଚାଲିବାକୁ ଆହୁରି ୭ ଦିନ ଲାଗିବ

ପିସିସିଏଫ ଶଶୀ ପଲ କହିଛନ୍ତି ଯେ, ଏହି ଶିଶୁ ରେଳ ଗାଡ଼ିକୁ ଠିକ୍‌ ହେବାକୁ ଲାଗି ଆହୁରି 7 ଦିନ ରୁ 10 ଦିନ ସମୟ ଲାଗିବ । ଶିଶୁ ରେଳ ଗାଡ଼ିିଟି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରିବା ପାଇଁ ଏକ ଟେକ୍ନିକାଲ ଟିମ୍‌ କାମ କରୁଛନ୍ତି । ଆଶା କରାଯାଉଛି ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details