ଭୁବନେଶ୍ବର: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ଏହି କ୍ରମରେ ରବିବାର ସୋନପୁର ସବୁ ରେକର୍ଡକୁ ପଛରେ ପକାଇଛି । ଜିଲ୍ଲାରେ 3.4 ଡିଗ୍ରୀକୁ ଖସିଛି ପାରଦ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମ ରହିଛି । ଆହୁରି 2 ଦିନ ଏଭଳି ଥଣ୍ଡା ଲାଗି ରହିବ । ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ନୂଆବର୍ଷରେ ଭିଜିବ ଓଡିଶା - odisha weather report
ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ରବିବାର ସୋନପୁରରେ 3.4 ଡିଗ୍ରୀକୁ ଖସିଛି ପାରଦ । ସେପଟେ ନୂଆ ବର୍ଷରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।
ନୂଆବର୍ଷରେ ଭିଜିବ ଓଡିଶା
ସେପଟେ ନୂଆ ବର୍ଷରେ ଭିଜିବ ସାରା ଓଡିଶା । ଜାନୁଆରୀ 1ରୁ 3 ତାରିଖ ଯାଏ କିଛି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହେବ। ସହ ପାଗ କୋହଲା ରହିବ ଏବଂ ଥଣ୍ଡା ବଢିଯିବ । ଏଭଳି କିଛି ଚିତ୍ର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି । ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, କଟକ ଭଳି ଜିଲ୍ଲାରେ ବର୍ଷାର ସହ ବିଜୁଳି, ଘଡଘଡି ହେବାର ସମ୍ଭାବନା ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ. ଇଟିଭି ଭାରତ