ଓଡିଶା

odisha

ETV Bharat / city

ଟେଲିକମ କମ୍ପାନୀ ସହ IT ମନ୍ତ୍ରୀଙ୍କ ବୈଠକ: ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ - ଟେଲିକମ କମ୍ପାନୀ ସହ ମନ୍ତ୍ରୀ ତୁଷାରକାନ୍ତିଙ୍କ ବୈଠକ

ଓଡିଶାର ଅନେକ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱାର୍କ ସେବା ଅପହଞ୍ଚ ରହିଛି । ଏହିସବୁ ଅଞ୍ଚଳରେ ମୋବାଇଲ ନେଟୱାର୍କ ସୁଦୃଢୀକରଣ ପାଇଁ ଟେଲିକମ କମ୍ପାନୀମାନଙ୍କ ସହ କଥା ହେଲେ ଆଇଟି ମନ୍ତ୍ରୀ । ଅଧିକ ପଢନ୍ତୁ

ଟେଲିକମ କମ୍ପାନୀ ସହ ମନ୍ତ୍ରୀଙ୍କ ବୈଠକ: ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ
ଟେଲିକମ କମ୍ପାନୀ ସହ ମନ୍ତ୍ରୀଙ୍କ ବୈଠକ: ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ

By

Published : Jul 22, 2022, 8:04 AM IST

ଭୁବନେଶ୍ବର:ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ରହିଛି । କାରଣ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ହେବ । ଏହି ପରିପ୍ରେକ୍ଷୀରେ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଟେଲିକମ୍ କମ୍ପାନୀମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ସବୁ ସ୍ଥାନରେ ମୋବାଇଲ ନେଟୱାର୍କ ନାହିଁ । ରଣପୁର, ଦଶପଲ୍ଲା ଭଳି ଅଞ୍ଚଳର ମୋବାଇଲ ନେଟୱାର୍କ ସୁଦୃଢ ନୁହେଁ । ଦୁର୍ଗମ ଅଞ୍ଚଳରେ କିଭଳି ଅବିରତ ମୋବାଇଲ ନେଟୱାର୍କ ସେବା ମିଳିପାରିବ ଏବଂ ଜନସାଧାରଣ ତୁରନ୍ତ ମୋବାଇଲ ନେଟୱାର୍କ ସେବାକୁ ହାତ ପାହାନ୍ତାରେ ପାଇପାରିବେ ତାହା ଉପରେ ମନ୍ତ୍ରୀ ବୈଠକରେ ଗୁରୁତ୍ବାରୋପ କରିଛନ୍ତି ।

ଟେଲିକମ କମ୍ପାନୀ ସହ IT ମନ୍ତ୍ରୀଙ୍କ ବୈଠକ: ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ

ଏଥିସହିତ ରଣପୁର ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଦୁର୍ବଳ ନେଟୱାର୍କର ସୁଦୃଢୀକରଣ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶିମିଳିଝର ଜଳପ୍ରପାତ ପର୍ଯ୍ୟଟନ ଅଞ୍ଚଳରେ ପ୍ରାୟ ୧୦ ହଜାର ଆଦିବାସୀ ବସବାସ କରୁଛନ୍ତି । ଏହି ଅଞ୍ଚଳକୁ ତୁରନ୍ତ ମୋବାଇଲ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ଟେଲିକମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ୟୁନିକେସନ କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତାର ଶୀର୍ଷକୁ ପହଁଚିବ ସେନେଇ ମନ୍ତ୍ରୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଟେଲିକମ କମ୍ପାନୀ ସହ IT ମନ୍ତ୍ରୀଙ୍କ ବୈଠକ: ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ

ଓଡ଼ିଶା ମୋବାଇଲ୍‌ ଟାୱାର, ଅପ୍‌ଟିକାଲ ଫାଇବର କେବୁଲ ଓ ଟେଲିକମ୍‌ ଭିତ୍ତିଭୂମି ନୀତି-୨୦୧୭ର ସଂଶୋଧନ କରାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏହାପରେ ବିଭିନ୍ନ ଭୂତଳ, ଟେଲିଫୋନ୍‌ ଭିତ୍ତିଭୂମି ନିର୍ମାଣ ସମୟାନୁଭିତ୍ତିକ ତ୍ବାରାନ୍ବିତ ହୋଇପାରିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ବୈଠକରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଏସଏନଏଲ, ରିଲାଏନ୍ସ ଜିଓ, ଏଆରଟେଲ ଏବଂ ଭୋଡାଫୋନ ଆଦି ଟେଲିକମ ନେଟୱାର୍କ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details