ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ଲାଗି ଜାତୀୟ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି । ତୃତୀୟ ସାମୁଖ୍ୟ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ଟୀକା ଟିପ୍ପଣୀ ମଧ୍ୟ ଆରମ୍ଭ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ରାଜନୈତିକ ଟିପ୍ପଣୀ ଦେଇଛନ୍ତି ।
ଯଦି ମିଳିତ ସରକାର ହୁଏ, ତେବେ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବ । ଦୀର୍ଘ ଦିନ ହେବ ବିହାର ଓ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି ଯେ, ଓଡିଶା ପରି ବିହାର ଓ ଅନ୍ୟ ରାଜ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି ।