ଓଡିଶା

odisha

ETV Bharat / city

ବର୍ତ୍ତମାନ ସମ୍ପୂର୍ଣ୍ଣ ଅନଲକ୍ ପରିସ୍ଥିତି ଉପୁଜି ନାହିଁ: DMET - ଡିଏମଇଟି ସିବିକେ ମହାନ୍ତି

ସମ୍ପୂର୍ଣ୍ଣ ଅନଲକ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ଼ ଲାଇନ ଘୋଷଣା ହେବା ନେଇ ସୂଚନା ଦେଲେ DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ବର୍ତ୍ତମାନ ଅନଲକ୍ ପରିସ୍ଥିତି ଉପୁଜି ନାହିଁ: ଡିଏମଇଟି
ବର୍ତ୍ତମାନ ଅନଲକ୍ ପରିସ୍ଥିତି ଉପୁଜି ନାହିଁ: ଡିଏମଇଟି

By

Published : Jul 30, 2021, 2:42 PM IST

Updated : Jul 30, 2021, 3:02 PM IST

ଭୁବନେଶ୍ବର: ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ୍ ହେବ ନାହିଁ । ବର୍ତ୍ତମାନ ଅନଲକ୍ ପରିସ୍ଥିତି ସୃଷ୍ଟି ହୋଇନାହିଁ । ତେଣୁ ପୂର୍ବପରି କଟକଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । ଆସନ୍ତାକାଲି(ଶନିବାର) ଏନେଇ ସବିଶେଷ ଆଲୋଚନା କରାଯିବ ଏବଂ କମିଟି ନିଷ୍ପତି ନେବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସମ୍ପୂର୍ଣ୍ଣ ଅନଲକ୍ ପରିସ୍ଥିତି ଉପୁଜି ନାହିଁ: DMET



ତେବେ ସିବିକେ ମହାନ୍ତି କହିଛନ୍ତି ଯେ, କଟକ ଭୁବନେଶ୍ଵରରେ କୋରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ପଜେଟିଭ ସଂଖ୍ୟା 500 ଉପରେ ରହୁଥିଲା, ଏବେ 400 ରେ ରହୁଛି । ଆମେ ବର୍ତ୍ତମାନ ଅନଲକ ଟ୍ରାକରେ ଅଛୁ । କେସ ଲୋଡ଼ କମିଛି । ମଲ ଖୋଲିବାକୁ ଅନୁମତି ଦେବା ପୂର୍ବରୁ ଡବଲ ଡୋଜ ଟିକା ନେଇଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ଏବଂ ମଲ ଭିତରେ ଥିବା ଫୁଡ଼ କୋର୍ଟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉ ।

ଫୁଡ଼ କୋର୍ଟ ଖୋଲିଲେ ଲୋକେ ମୁହଁରୁ ମାସ୍କ କାଢି ଖାଇବେ ଏହା ଦ୍ୱାରା ପୁଣି ସଂକ୍ରମଣ ବଢ଼ିବ । ନାଇଟ କର୍ଫ୍ୟୁ ବଳବତ୍ତର ରହିବା ଦରକାର । ଦୋକାନ ବଜାର 5 ଟା ପର୍ଯ୍ୟନ୍ତ ଖୋଲିବା ଅନୁମତି ବଳବତ୍ତର ରହୁ । ଜୀବନ ଜୀବିକା ଦୃଷ୍ଟିରୁ ସପ୍ତାହନ୍ତ ସଟଡ଼ାଉନକୁ ଉଠାଇ ଦିଆଯାଉ । କଟକ ଭୁବନେଶ୍ୱର ପାଇଁ ସରକାରଙ୍କୁ 3/4 ଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଏବେ ଯେହେତୁ ଜଣକୁ ହେଲେ ପରିବାର ସମସ୍ତ ଲୋକ ଆକ୍ରାନ୍ତ ହେଉଛନ୍ତି ସେହି ଦୃଷ୍ଟିରୁ ସେ ଘରକୁ କଣ୍ଟେନମେଣ୍ଟ କରାଯାଉ । ସରକାରଙ୍କ ପକ୍ଷରୁ ତାଙ୍କୁ 14 ଦିନ ଘରେ ରଖାଯାଉ ଓ ସମସ୍ତ ସେବା ଯୋଗାଇ ଦିଆଯାଉ । ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା କମ ହେବ ବୋଲି ସିବିକେ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 30, 2021, 3:02 PM IST

ABOUT THE AUTHOR

...view details